ଦୃର୍ବୁତମାନେ ଲୁଟିନେଲେ ପାଣିମିଟର
ତାଳଚେର, ୦୩/୦୭ ତାଳଚେର ପୌରପରିଷଦ ଅଚଂଳକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଦିଆଯାଇଥିବା ପାଇପରୁ ଦୃର୍ବୁତମାନେ ମିଟର ଗୁଡ଼ିକୁ ମଧ୍ୟରାତ୍ରୀରେ କାଟି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି । ପୌରପରିଷଦ ୱାର୍ଡ଼ ନଂ- ୫, ୭, ୮କୁ ସଂଯୋଗୀ କରଣ କରାଯାଇଥିବା ପାଣି ପାଇପ ଲାଇନରେ କର ଆଦାୟ ପାଇଁ ମିଟର ଲଗାଯାଇଥିଲା । ଏହି ମିଟରରେ ପିତଳ ସାମଗ୍ରୀ ରହିଥିବାରୁ ଦୃର୍ବୁତମାନେ ଏହାକୁ ନଜରକରି ମଧ୍ୟରାତ୍ରୀରେ ଶହେରୁ ଦୁଇଶହ ମିଟର ଗୁଡ଼ିକୁ କାଟ଼ି ନେଇଥିବା ଅଭିଯୋଗ ହୋଇଛି । ସମ୍ଭବତଃ ନିଶାସେବନ ପାଇଁ ଅର୍ଥ ଅଭାବରୁ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି ।

July 3, 2026/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

