“ଆମ କୁନାକୁନି”ର ରଥ ବିଶେଷାଙ୍କ ଲୋକାର୍ପିତ
ତାଳଚେର, ୦୩/୦୭ ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ଆନୁକୂଲ୍ୟରେ ପ୍ରକାଶିତ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ରଥ ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି । ମା ହିଙ୍ଗୁଳା ପାଠାଗାରର ପ୍ରତିଷ୍ଠାତା ସଂପାଦକ ବିଭୂତି ଭୂଷଣ ସ୍ୱାଇଁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ହାଡ଼ିବନ୍ଧୁ ପ୍ରଧାନ ଅଧ୍ୟକ୍ଷତା କରିଥିôଲେ । ମୁଖ୍ୟ ଅତିଥି ଭାବରେ ତେଣ୍ଟୋଲୋଇ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ସାହୁ, ସମ୍ମାନୀତ ଅତିଥି ଭାବରେ ପାଠାଗାରର କୋଷାଧ୍ୟକ୍ଷ ଦୟାନିଧି ସାହୁ ଓ ବରିଷ୍ଠ ସଦସ୍ୟ ପଂଚାନନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ତ୍ରୈମାସିକ ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ରଥ ବିଶେଷାଙ୍କକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଏହି ଅବସରରେ ପାଠାଗାର ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଆମ କୁନାକୁନି ପତ୍ରିକା ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ମାନସୀ ସାହୁ ପରିଚାଳନା କରିଥିବା ବେଳେ ଦିବ୍ୟରଞ୍ଜନ ଅମାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସଞ୍ଜୟ କୁମାର ପ୍ରଧାନ, ନମିତା ସାହୁ ଓ ରଶ୍ମିତା ମୁଦୁଲି ସହଯୋଗ କରିଥିଲେ । ଆକର୍ଷଣୀୟ ପ୍ରଚ୍ଛଦ, ମନଲୋଭା ଚିତ୍ର ସହ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକମାନଙ୍କ ଲେଖାରେ ସମୃଦ୍ଧ ଏହି ରଥ ବିଶେଷାଙ୍କ ଶିଶୁ କିଶୋରମାନଙ୍କ ଦ୍ୱାରା ଆଦୃତ ଲାଭ କରିବ ବୋଲି ପତ୍ରିକାର ସଂପାଦକ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରିଛନ୍ତି ।

July 3, 2026/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

