

ବ୍ରହ୍ମପୁର, ୬/୭ : ଡ଼ଃ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଅମୂଲ୍ୟ ଉପହାର, ଯାହା ପ୍ରତିଟି ଭାରତବାସୀଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇଥାଏ । ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଉତ୍ଥାନ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ କେବଳ ଜଣେ ଅନନ୍ୟ ଶିକ୍ଷାବିତ୍ ନ ଥିଲେ, ବରଂ ଏକ ସମର୍ପିତ ରାଷ୍ଟ୍ରନେତା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ ଥିଲେ ।
ଗଞ୍ଜାମ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବି.ସୋମନାଥ ପାତ୍ରଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଆୟୋଜିତ ଡ଼ଃ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ୮୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ “ଛାତ୍ର ସମ୍ମିଳନୀ” ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ଓଡ଼ିଶାର ବରିଷ୍ଠ ନେତା ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଡ଼ଃ. ଶ୍ୟାମା ପ୍ରସାଦ ମୁଖାର୍ଜୀ ମାତ୍ର ୩୩ ବର୍ଷ ବୟସରେ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଭାବେ ଦାୟିତ୍ବ ନେଇ ଶିକ୍ଷା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲେ । ଭାରତୀୟ ଭାଷା, ବିଶେଷ କରି ବଙ୍ଗଳା, ହିନ୍ଦୀ ଓ ଉର୍ଦୁର ବିକାଶ ପାଇଁ ତାଙ୍କର ପଦକ୍ଷେପ ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସେହିପରି ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ଵାଧୀନ ଭାରତର ପ୍ରଥମ ଅନ୍ତରୀଣ ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସେ ଦେଶର ଭବିଷ୍ୟତ ନିର୍ମାଣରେ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିଥିଲେ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ।

ଏହି “ଛାତ୍ର ସମ୍ମିଳନୀରେ” ଗଞ୍ଜାମ ଜିଲ୍ଲା ବିଜେପିର ସଭାପତି ସରୋଜ ସାବତ, ଯୁବମୋର୍ଚ୍ଚା ଓଡ଼ିଶାର ରାଜ୍ୟ ଉପସଭାପତି ତୁତୁନ ପାତ୍ର, ରାଜ୍ୟ ସମ୍ପାଦକ ରୋଶନ ଖୁଣ୍ଟିଆ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସୌଭାଗ୍ୟ ମହାନ୍ତି, ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ବେବର୍ତ୍ତା ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ସାମନ୍ତରାୟ, ସିଦ୍ଧାନ୍ତ ଗଙ୍ଗଦେବ ଓ କାର୍ଯ୍ୟକ୍ରମ ସଂଯୋଜକ ସୁମିତ ପାତ୍ର, ସହ ସଂଯୋଜକ ଗୋପୀନାଥ ମହାରଣା, ସୁମନ ରାଉଳ ଓ ଆଲୋକ ସାହୁ, ରାମ ବାବୁ, ବିକ୍ରମ ପାଣିଗ୍ରାହୀ, ଆକାଶ ଗୌଡ଼, ସୁନୀଲ ଦୋରା, ଶକ୍ତି ପଟ୍ଟନାୟକ,ଶୀତଲ ଜେନା, ଶ୍ରୀଧର ପାଳ ପ୍ରମୁଖଙ୍କ ସହ ବହୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆସିକା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ, ଗଙ୍ଗାଧର ଶତପଥୀ, ରତ୍ନଗର୍ଭା ସରସ୍ୱତୀ ଦେବୀ, ପ୍ରଦୀପ ନାୟକ, ସୂର୍ଯ୍ୟ ନାରାୟଣ ଦାସ, ଶିବ ଶଙ୍କର ନାୟକ, ସବିତା ସୁଆର, ବନମାଳୀ ସେଠୀ, ବଦ୍ରି ନାୟକ, ଆଲୋକ କୁମାର ସାହୁ ପ୍ରମୁଖ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।





