ତାଳଚେର ମେଡ଼ିକାଲ କଲେଜ ନିକଟରେ ଫାଣ୍ଡିପାଇଁ ଦାବି
ତାଳଚେର, ୦୬/୦୭- ୨୦୨୩ ମସିହା ସେଟ୍ରାଂଲ ହସପିଟାଲ ତାଳଚେର ମେଡ଼ିକାଲ କଲେଜକୁ ହସ୍ତାନ୍ତର ହେବା ଦିନଠାରୁ ମେଡ଼ିକାଲ କିଛି କର୍ମଚାରୀ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ଓ ବିଭିନ୍ନ ପ୍ରକାର ନିଶାସେବନ ସହିତ ଡ଼୍ରଗ୍ସ ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ତାଳଚେର ତଥା ଆଖାପାଖ ଅଂଚଳରୁ ଯୁବକମାନେ ଆସି ମେଡ଼ିକାଲ ଛାତ ଉପରେ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ସେଠିକାର ସୁରକ୍ଷା କର୍ମୀଙ୍କୁ ଜନସାଧାରଣ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁ । ଏହାକୁ ଭିତିକରି ସେ ଡ଼ିଆଇଜିକୁ ସରକାରୀ ମେଡ଼ିକାଲ କଲେଜ ଓ ଚିକିତ୍ସାଳୟ ଠାରେ ଏକ ଫାଣ୍ଡି ନିର୍ମାଣ ପାଇଁ ଦାବି କରିଛନ୍ତି ବୋଲି ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।



