ବେନ୍ତପୁର ପଂଚାୟତ ବିଦ୍ୟାଳୟରେ ବନ ମହୋତ୍ସବ ୨୦୨୬ ପାଳିତ

ଅନୁଗୋଳ,୦୭.୦୭ : ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସ୍ପନ୍ଦନ” ଏବଂ ବେନ୍ତପୁର ପଂଚାୟତ ବିଦ୍ୟାଳୟର ଇକୋ କ୍ଲବର ମିଳିତ ସହଯୋଗରେ ବନ ମହୋତ୍ସବ-୨୦୨୬ ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜନକ କୁମାର ଭୋଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ବିଶ୍ୱ ତାପମାନ ସମସ୍ୟାକୁ ପ୍ରତିହତ କରିବା ନିମନ୍ତେ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ସମାଜସେବୀ ଶ୍ରୀ ତାପସ ପାଳ ଯୋଗ ଦେଇ ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୋଟିଏ ଗୋଟିଏ ଚାରା ରୋପଣ ତାହାର ଯତ୍ନ ନେଲେ ସାମାଜିକ ଉତ୍ତର ଦାୟିତ୍ୱ ବଢିବା ସହିତ ଏକ ସୁନାଗରିକ ଭାବେ ଆଗାମୀ ଦିନରେ ନିଜକୁ ପ୍ରସ୍ତୁତ କରି ପାରିବେ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ। ସ୍ପନ୍ଦନର ଶ୍ରୀ ବିଭୁ ଶତପଥୀ ବର୍ଷା ଜଳ ସଂରକ୍ଷଣ କରିବା ସହ ବଣଭୋଜି ସ୍ଥାନରେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବା ଉପରେ ଗୁରୁତ୍ୱାରାପ କରିଥିଲେ। ଏହି ଅବସରରେ କରଞ୍ଜ, ବେଲ, ଅଶୋକ, ନିମ, ଜାମୁକୋଳି, ବଉଳ ଇତ୍ୟାଦି ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।



