ବୈଜଳ ପୁର ରୁ ସୁକ୍ନିମୁଣ୍ଡା ରାସ୍ତା ବିପଦ ସମ୍ମୁଖୀନ ଥିବାରୁ, ସାଧାରଣ ଲୋକଙ୍କ ଅଭିଯୋଗ,
ଗୋଲାମୁଣ୍ଡା /୭/୭/୨୬/ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ସମ୍ପନ୍ନ ନ ହେବାରୁ ସାଧାରଣଙ୍କ ଯାତାୟତରେ ବିପଦ ଆମନ୍ତ୍ରଣ କରିଛି ବୋଳି ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି, ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦା ବାହାଲ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବୈଜଲ ପୁର ରୁ ସୁକ୍ନିମୁଣ୍ଡା ପର୍ଯ୍ୟନ୍ତ ତିନି କିଲୋ ମିଟର ରାସ୍ତା ବିପଦ ସଂକେତ ସୃଷ୍ଟି ଦେଖା ଦେଇଛି, ଏହି ରାସ୍ତା ଧର୍ମଗଡ ଆରଡି ବିଭାଗ ପକ୍ଷରୁ ବୋରଗୁମା ଠାରୁ ସୁକ୍ନୀମୁଣ୍ଡା ପ୍ରଜ୍ୟନ୍ତ୍ ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି, ହେଲେ ବୋରଗୁମା ଠାରୁ ବୈଜଲ ପର୍ଯ୍ୟନ୍ତ ପିଚୁ କାର୍ଯ୍ୟ ସମ୍ପନ୍ନ ହୋଇ ଥିବା ବେଳେ ବୈଜଲ ପୁର ଠାରୁ ସୁକ୍ନିମୁଣ୍ଡା ବିଜୁ ଏକ୍ସପ୍ରେସ ୱେ ରାସ୍ତା ପର୍ଯ୍ୟନ୍ତ ପିଚୁ କାର୍ଯ୍ୟ ନ ହେବାରୁ ଲୋକଙ୍କ ଯାତାୟାତର ଘୋର ଅସୁବିଧା ଦେଖା ଦେଇଛି, ଏ ପଟେ ମୁଖ୍ୟ ମନ୍ତ୍ରୀ ବସ ଖମାର ହଲଦି, ଚିଚିଆ, ପଣ୍ଡକୁଲ, ଦଶ ପୁର, ଧାମନପୁର, ମକୁନ୍ଦପୁର, ଓ ବୈଜଲ ପୁର ଦେଇ ଖଳିଆକାନି ଦେଇ ବସ ଚାଲୁଛି, ଏହି ବସରେ ଅନେକ ଛାତ୍ର ଛାତ୍ରୀ ମାନେ ମୁଖ୍ୟ ମନ୍ତ୍ରୀ ବସରେ ବସି ଗୋଲାମୁଣ୍ଡା ବ୍ଲକ ଆଦର୍ଶ ବିଦ୍ୟାଳୟ ଓ ହାଇସ୍କୁଲ, କଲେଜରେ ଦୈନିକ ଯାତାୟାତ କରୁ ଥିବା ବେଳେ ବର୍ଷା ସମୟରେ ପ୍ରାୟ ଦୁଇ କିଲୋ ମିଟର ରାସ୍ତା ଖାଲ ଢିପ ରେ ଆଣ୍ଠୁଏ ପାଣି ଥିବାରୁ ବସ ଚାଲିବାରେ ବାଧାପ୍ରାପ୍ତ ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ମାନେ କର୍ଣ୍ଣପାତ କରୁନାହାନ୍ତି, ତେଣୁ ଆଜି କଳାହାଣ୍ଡି ଜିଲ୍ଲା ଜନ ସଂଗ୍ରାମ ସମିତିର ସଭାପତି ଶାଉଲ ମଙ୍ଗରାଜ ଓ ଲମ୍ବୁଧର ଜାଲ, ଥବିର ସୁନାନୀ ପ୍ରମୁଖ ରାସ୍ତାର ଅନୁଧ୍ୟାନ କରି ବିଭାଗିୟ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଯେ ସପ୍ତାହ ମଧ୍ୟରେ ରାସ୍ତାର କାର୍ଯ୍ୟ ଆରମ୍ଭ ନ କରନ୍ତି ତେବେ ଆଗାମି ଦିନରେ ତୀବ୍ର ଅସନ୍ତୋଷ ଦେଖା ଦେବ ବୋଲି ଜନ ସମ୍ପର୍କ ସାମ୍ୱାଦିକ ସଂଘ ନିକଟରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଏହି ଅବସରରେ ଆରଡି ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ହୃଷିକେଶ ସ୍ୱାଇ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ଆଉ କିଛି ଦିନ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ହେଲେ ଦେଖିବାକୁ ବାକି ରହିଲା ଯେ କଳାହାଣ୍ଡି ଜିଲ୍ଲା ଜନ ସଂଗ୍ରାମ ସମିତିର ସଭାପତି ଙ୍କ ଚେତବନୀରେ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ପ୍ରତିଶୃତି କେତେ ଯେ ସଫଲ ହେଵ ତାହା ଜାଣିବା ପାଇଁ ସ୍ଥାନୀୟ ଚତୁର ମାଝୀ ପ୍ରମୁଖ ଅପେକ୍ଷାରେ, ଯଦିଓ ପ୍ରତିଶୃତି ବିଫଳ ହୁଏ ତେବେ ଆଗାମି ଦିନରେ ଆରଡି ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ଯୁକ୍ତ ଶାଉଲ ମଙ୍ଗରାଜ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି,ଆସନ୍ତୁ ଶୁଣିବା ତାଙ୍କର ପ୍ରତିକ୍ରୀୟା, ଏହା ସହିତ ରାସ୍ତାର ଖାଲ ଢିପ ରେ ଆଣ୍ଠୁଏ ପାଣି ଜମା ହୋଇ ଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ପାଇ ପାରିବେ,
କଳାହାଣ୍ଡି ରୁ କାପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



