କଟୁରୀର ଆକ୍ରମଣ ଘଟଣାରେ ଦୋଷୀକୁ ୩ବର୍ଷ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମନା
଼ତାଳଚେର, ୧୧/୦୭ ଜଣେ ବ୍ୟକ୍ତିକୁ କଟୁରୀରେ ଆକ୍ରମଣ କରି ୪ହଜାର ଟଙ୍କା ଯୋରଜବଦସ୍ତ ଛଡ଼ାଇନେବା ମାମଲାରେ ତାଳଚେର ଥାନା ଅନ୍ତର୍ଗତ ରେମୁଆଁ ନୂଆସାହିର ଲୋକନାଥ ପଟ୍ଟନାୟକକୁ ତାଳଚେର ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଧ୍ରୃବି ସୋଲାଙ୍ଖୀ ଦୋଷୀ ସାବ୍ୟସ୍ତକରି ୩ବର୍ଷ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମନା କରିଛନ୍ତି । ଜରିମନା ଅନାଦେୟ ଅତିରିକ୍ତ ୩ମାସ କାରାଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ କରିଛନ୍ତି । ମାନ୍ୟବର ଅଦାଲତଙ୍କ ବିବରଣୀ ଅନୁଯାୟୀ ତାଳଚେର ରେମୁଆଁ ନୂଆସାହି ସୁକୁନୁ ଓରଫ ଲୋକନାଥ ପଟ୍ଟନାୟକ ୧୪/୦୨/୨୦୨୬ରିଖରେ ଭିକାରୀ ସ୍ୱାଇଁ ନାମକ ଜଣେ ଋଣଟଙ୍କା ଆଦାୟକ ରୁଥିବା ସମୟରେ ତାଙ୍କୁ ଅଟକାଇ କଟୁରୀରେ ଆକ୍ରମଣ କରି ତାଙ୍କ ଠାରୁ ଯୋରଜବରଦସ୍ତ ୪ହଜାର ଟଙ୍କା ଛଡ଼ାଇ ନେଇଥିଲା । ଏନେଇ ଶ୍ରୀ ସ୍ୱାଇଁ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଥାନା କେସ ନଂ- ୧୩୪ ଭାରତୀୟ ନ୍ୟାୟ ସହିତା ଧାରା ୩୦୯(୬) ଅନୁଯାୟୀ ମାମଲା ରୁଜୁକରି ଅଭିଯୁକ୍ତ କୋର୍ଟଚାଲାଣ କରଇଥିଲା । ସାଖୀଙ୍କ ବୟାନ, ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟ ବିଚାରକୁ ନେଇ ଅଦାଲତ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସହିତା ୩୦୯(୬) ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସିଷ୍ଟାଣ୍ଡ ପବ୍ଲିକ ପ୍ରେସିକ୍ୟୁଟର୍ ବିନୟ ନନ୍ଦ, ବିପୁଳ ବଳ, ତନୁଜା ପ୍ରଧାନ, ମାନସ ପରିଡ଼ା ମାମଲାକୁ ପରିଚାଳନା କରିଥିଲେ ।



