ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରା ସ୍ଥିତ ଶ୍ରୀଅରବିନ୍ଦ ପାଠଚକ୍ର ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଦ୍ୱାରା ୨୮ ତମ ଜିଲ୍ଲା ସ୍ତରୀୟ ମହିଳା ପାଠଚକ୍ର ସମ୍ମିଳନୀ ମାଉସୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା l
ଏହି ସମ୍ମିଳନୀକୁ ସଙ୍ଗତି ମଣ୍ଡଳର ସହ ସଂଯୋଜକ ଶ୍ରୀଧର ସାହୁ ମାତୃ ପତାକା ଉତ୍ତୋଳନ କରି ଆରମ୍ଭ କରିଥିଲେ l ମହିଳା ପାଠଚକ୍ର ଆବାହିକା ଜୟନ୍ତୀ ସିଂ ଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଶିକ୍ଷାକେନ୍ଦ୍ର ଉପାଧ୍ୟକ୍ଷା ଶ୍ରୀମତୀ ରୀନା ସାହୁ ସ୍ୱାଗତ ସୂଚନା ପ୍ରଦାନ କରିଥିଲେ l ଜୀବନର ଲକ୍ଷ୍ୟ, ଶ୍ରୀମା, ଶ୍ରୀଅରବିନ୍ଦ, ଶ୍ରୀଅରବିନ୍ଦ ପାଠଚକ୍ର ଆଦି ବିଷୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମମତା ଦାସ, ବୈଜୟନ୍ତୀ ଧରୁଆ, ତୁଷାରରାଣୀ ପ୍ରଧାନ,ତପସ୍ୱିନୀ ମହାପାତ୍ର, ଗିରିଜା ସାହୁ ପ୍ରମୁଖ ଆଲୋଚନା କରିଥିଲେ l ସଙ୍ଗତି ମଣ୍ଡଳର ଆବାହକ ଡକ୍ଟର ଉପେନ୍ଦ୍ର ମହାପାତ୍ର ସହ ସଂଯୋଜକ ଶ୍ରୀଧର ସାହୁ ଉପସଂହାରମୂଳକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସତ୍ୟବତୀ ନାଗ କୃତଜ୍ଞତା ଜ୍ଞାପନ କରିଥିଲେ l ବରଗଡ଼ ଜିଲ୍ଲା ମହିଳା ପାଠଚକ୍ର ଆବାହିକା ସୁଶ୍ରୀ ଲଷ୍ମୀପ୍ରିୟା ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନ
ରେ ” ନାରୀର ଉନ୍ନତିରେ ସଂସାରର ଉନ୍ନତି ” ବିଷୟକୁ ଜିଲ୍ଲା ସଂଗଠକ ଦେବରାଜ ବେହେରା ଉପକ୍ରମ କରିଥିବା ବେଳେ ନବଜୀବନ ଶିକ୍ଷା ସଂସଦର ସଭାପତି ଶ୍ରୀଯୁକ୍ତ ରାଧାକାନ୍ତ ମିଶ୍ର ଆଲୋଚନା କରିଥିଲେ l ଏହି ସମ୍ମିଳନୀରେ ପାଠଚକ୍ର ତଥା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସମସ୍ତ ଭାଇ ଅପା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ l

August 31, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-25-scaled.jpg)
