ଚମ୍ପୁଆଥାନା ଅନ୍ତର୍ଗତରେ ଲଗାଣବର୍ଷା ଯୋଗୁ ମାଟିକାନ୍ଥ ପଡ଼ିଯିବାରୁ ମହିଳାଙ୍କ ମୃତ୍ୟୁ।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତରେ ଶୋଇଥିବା ବେଳେ କାନ୍ଥପଡି ମହିଳା ମୃତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତ ରାଇଗୁଡି ଗ୍ରାମରେ ଘଟିଛି ଏହି ଅଘଟଣ। ଲଗାଣ ବର୍ଷା ଯୋଗୁ ମାଟି କାନ୍ଥପଡ଼ି ଯିବାରୁ ଗ୍ରାମର ଘାସିରାମ ମହାନ୍ତ ଙ୍କ ସ୍ତ୍ରୀ ପୂର୍ଣ୍ଣମୀ ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା। ପୂର୍ଣ୍ଣମୀ ଶୋଇଥିବା ଅବସ୍ଥାରେ ଘର କାନ୍ଥ ପଡ଼ିଯିବାରୁ ପୂର୍ଣ୍ଣିମୀ କାନ୍ଥତଳେ ଚାପି ହୋଇ ଯାଇଥିଲେ । ପାଖ ଘରେ ଶୋଇଥିବା ତାଙ୍କ ଶାଶୁ ଏନେଇ ପାଖ ପଡୋଶୀ ଙ୍କ ସହାୟତା ରେ ପଡ଼ିଯାଇଥିବା ମାଟିକାନ୍ଥ ତଳୁ ପୂର୍ଣ୍ଣମୀଙ୍କୁ ବାହାର କରିଥିଲେ। ତେବେ ଏହି ଦୁର୍ଘଟଣାରେ ପୂର୍ଣ୍ଣମୀ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




