ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ପୋଲିସ ଅଫିସରଙ୍କ ଅଧିବେଶନ
ଅଦ୍ୟ ତା 12.07.2026 ରିଖ ରବିବାର ଦିନ ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ଆରକ୍ଷୀ ଅଧିକାରୀ କଲ୍ୟାଣ ସଂଘର ଏକ ଅଧିବେଶନ ଶ୍ୟାମାଚରଣ ପୁର ଶ୍ରୀ ଏନଜିଓ ହଲ ଠାରେ ସଂଘର ସଭାପତି ଶ୍ରୀ ଯୁକ୍ତ ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଥିଲା. ଉକ୍ତ ଅଧିବେଶନ ରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର, ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯୁକ୍ତ ଉତ୍କଳ ରଞ୍ଜନ ଦାସ ସମ୍ପାଦକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ନାୟକ ସମେତ ପ୍ରାୟ 40 ଜଣ ସଭ୍ୟ ଯୋଗଦାନ କରିଥିଲେ. ଏହି ସଭାରେ ଆମ ସଙ୍ଘର ଆମ୍ବୁଜ କୁମାର ବିଶ୍ୱାଳଙ୍କ ଆକସ୍ମିକ ବିୟୋଗ ଉପଲକ୍ଷେ ନିରବ ପ୍ରାଥନା କରାଯାଇଥିଲା. ସଙ୍ଘର ବିଭିନ୍ନ ସମସ୍ୟା ସମ୍ପର୍କ ରେ ସଦସ୍ୟ ମାନେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ. ଏହି ସଭାରେ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା. ଯେଉଁ ସଭ୍ୟମାନେ ସଭାରେ ଯୋଗଦାନ କରି ନାହାନ୍ତି ସେମାନଙ୍କୁ ଆସନ୍ତା ଅଧିବେଶନରେ ଯୋଗ ଦେବାପାଇଁ ଅନୁରୋଧ କରାଯାଇଥିଲା. ସଂଘର ସ୍ଥାୟୀଘର ନ ଥିବାରୁ ସଙ୍ଘ ତରଫରୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ସ୍ଥାୟୀ ଘର ପ୍ରଦାନ କରିବାପାଇଁ ଅନୁରୋଧ କରିବା ପାଇଁ ସ୍ଥିରୀକୃତ କରାଯାଇ ଥିଲା.ସଭା ଶେ ଶେଷରେ ସଭାପତି ଙ୍କୁ ଧନ୍ୟବାଦ ପ୍ରସ୍ତାବ ପରେ ସଭା ସାଙ୍ଗ କରା ଯାଇଥିଲା.



