ସମ୍ବଲପୁର ଜିଲ୍ଲା, ଜମନକିରା ବ୍ଲକ ଧୁଡ଼ିପଳିରେ ରକ୍ତଦାନ ଶିବିର ଆୟୋଜିତ
କୁଚିଣ୍ଡା:୨୩/୯: ଜମନକିରା ବ୍ଲକ୍ ଅନ୍ତର୍ଗତ ଧୁଡ଼ିପାଲି ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସରପଞ୍ଚ ଅରୁଣ କୁମାର ନାଏକ ଙ୍କ ନେତୃତ୍ୱରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମ ଟିକୁ ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଉଦ୍ଘାଟନ କରିଥିଲେ ।ଏଥି ସହ ଜିଲ୍ଲା ପରିଷଦ ସଭ୍ୟା ତନୟ ଧୂରୁଆ,କୁଚିଣ୍ଡାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣା କର କିଷାନ୍,ସମିତି ସଭ୍ୟା ପ୍ରଭାତୀ ବେହେରା, ଇ.ସଞ୍ଜୀବ ସାହୁ,ଅବସର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ପଟେଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ ।ଏଥିଲେ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।ଶେଷରେ ନାଏବ ସରପଞ୍ଚ ଉଭା କ।ଲୋ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ।

September 23, 2026/
No Comments


