ଭଟଲି ରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ

ଭଟଲି : – ଭଟଲି ପଞ୍ଚାୟତ ସମିତି ସଭାଗୃହରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥି, ଉପଜିଲାପାଳ ପ୍ରସନ୍ନ ପାଣ୍ଡେ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ ଲୁହା, ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ପ୍ରମୁଖ ଯୋଗ ଦେଇ 32ଟି ବ୍ୟକ୍ତିଗତ, 12 ଟି ସାମୂହିକ ସମସ୍ୟା ନେଇ ହୋଇଥିବା ଅଭିଯୋଗର ଶୁଣାଣି କରିଥିଲେ। ସମସ୍ୟାର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧୂକାରୀଙ୍କୁ ନିର୍ଦେଶ ଦେଇଥିଲେ। ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ତହସିଲଦାର ରାମକୃଷ୍ଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ମନିଷ ସାହୁ, ରଜତ ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ଶିକ୍ଷା ଅଧୂକାରୀ ସରୋଜ ଭୁଏ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁ , ଶିଶୁ ବିକାଶ ପ୍ରକଳ୍ପ ଅଧୂକାରୀ ସୈରେନ୍ଦ୍ରି ମହାନନ୍ଦ, ଅତିରିକ୍ତ ଉଦ୍ୟାନ କୃଷି ଅଧୂକାରୀ, ଯୋଗାଣ ନିରୀକ୍ଷକ ଶାନ୍ତାକାର ପଧାନ, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୂକାରୀ ଡା. ପ୍ରଣବ ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଭଟଲି ଥାନା ଅଧିକାରୀ ବିଭୂତି ଭୂଷଣ ଦଲେଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଜ୍ୟୋସାରାଣୀ ଗଡ଼ତିଆ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧୂକାରୀ ଆଶିଷ ନାଏକ, ନମିତା ପରିଡ଼ା, ଡବ୍ଲୁଇଓ ଲିଲିମା ଧରୁଆ, ବ୍ଳକ କମ୍ପ୍ୟୁ କାର୍ଯ୍ୟକ୍ରମ ମୁଖ୍ୟ ଗିରିଧାରୀ ଭୋଇ, ଅଂଶୁକୁମାର ସାହୁ, ପ୍ରମୋଦ ସୁନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶୁଣିବାକୁ ମିଳୁଛି କିଂଚିତ ପ୍ରଚାର ପ୍ରସାର ଯୋଗୁ ଜନ ଅଭିଯୋଗ କମି କମି ଯାଉଛି l




