ଚମ୍ପୁଆ ସମ୍ମନିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅବସ୍ଥା ଅତି ଦୟନୀୟ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ଅତି ଦୟନୀୟ ସ୍ଥିତି । ଚମ୍ପୁଆ ବ୍ଲକର ୨୦୯ଟି ଅଙ୍ଗନବାଡି କେନ୍ଦ୍ରର ହଜାର ହଜାର ଶିଶୁଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟ ଖୋଜୁଛି ନିଜର ବିକାଶ । ବିପଦ ସଂକୁଳ କାର୍ଯ୍ୟାଳୟର ଛାତତଳେ ଟଣା ହୋଇଛି ପଲିଥିନ। ପଲିଥିନ ତଳେ ପଲିଥିନ ରୁ ଝରି ପଡୁଥିବା ବର୍ଷାପାଣି ପାଇଁ ଅଫିସ ସାରା ରଖାଯାଇଛି ପ୍ଲାଷ୍ଟିକ ବାଲଟି। ତାରି ଭିତରେ କାର୍ଯ୍ୟ କରୁଛନ୍ତି କର୍ମଚାରୀ ଅଧିକାରୀ। ଆମେ କହୁଛୁ ଚମ୍ପୁଆ ବ୍ଲକ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର କଥା । ଶିଶୁ ଓ ମହିଳା ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା ବିଭାଗୀୟ କାର୍ଯ୍ୟାଳୟର ବିକାଶ ର ବିକଳ ଚିତ୍ର ସ୍ପଷ୍ଟ କରୁଛି ବିକାଶର ଧାରା କେଉଁଠି ପହଞ୍ଚିଛି । କାର୍ଯ୍ୟାଳୟ ସାରା ଛାତରୁ ପ୍ଲାଷ୍ଟର ଖସୁଥିବା ବେଳେ ଅଫିସ ଗୃହର ଛାତରୁ ଲୁହା ରଡ୍ ଗୁଡିକ ବାହାରି ପଡିଛି। କାର୍ଯ୍ୟାନୟର ସବୁ କୋଠରୀରୁ ସାମାନ୍ୟ ବର୍ଷା ରେ ପାଣି ଝରୁଥିବା ବେଳେ ଛାତତଳେ ଟଣା ହେଇଛି ରଙ୍ଗ ବେରଙ୍ଗର ପଲିଥିନ। ଏହାରି ତଳେ ଅଫିସ ଆସବାବପତ୍ର କମ୍ପ୍ୟୁଟର , କାଗଜ ପତ୍ର ରଖାଯାଇଥିବା ବେଳେ ନିଜ ଜୀବନକୁ ପାଣି ଛଡାଇ କାର୍ଯ୍ୟ କରୁଛନ୍ତି ଏଠାକାର ଅଧିକାରୀ ଓ କର୍ମଚାରୀ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



