ୱାକୋ ଇଣ୍ଡିଆ କିକ୍ ବକ୍ସିଂ ଚା୍ପିୟନସିପ ଜିଲ୍ଲା ର ପ୍ରତିଯୋଗୀ ଜିତିଲେ ୬ ସ୍ୱର୍ଣ୍ଣ ସହ ୧୯ ପଦକ ।
ସ୍ମୃତି ଭୋଇ ଙ୍କୁ ୦୩ ଟି ସ୍ୱର୍ଣ୍ଣ ସହ ୦୧ ରି କାଂସ୍ୟ ପଦକ।
ଚଳିତ ମାସ ସେପ୍ଟେମ୍ୱର ୦୮ରିଖ ଠାରୁ ୧୨ରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ଇନ୍ଦୋର ସ୍ଥିତ ପୁଷ୍ପ ବଟିକା ଠାରେ ଆୟୋଜିତ ୱାକୋ ଇଣ୍ଡିଆ ନେସନାଲ କିକ୍ ବକ୍ସିଂ ସିନିୟର୍ ଆଣ୍ଡ ମାଷ୍ଟର୍ ଚାମ୍ପିଅନସିପ୍ ୨୦୨୬ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୯୦୦ ରୁ ଉର୍ଦ୍ଧ୍ବ ଖେଳାଳୀ ମନେ ଅଂଶ ଗ୍ରହଣ କରିଥିଲେ।
ତନ୍ମଧ୍ୟରୁ ଓଡ଼ିଶା ର ୪୫ ଜଣ ଖେଳାଳୀ ଭାଗ ନେଉଥିବା ବେଳେ ଢେଙ୍କାନାଳଜିଲ୍ଲା ର ୦୯ ଜଣ ବାଳିକା ଏବଂ ୦୮ ଜଣ ବାଳକ ମୋଟ ୧୭ ଜଣ ଖେଳାଳୀ ବିଭିନ୍ନ ବର୍ଗରେ ଅମେଚୋର୍ କିକ୍ ବକ୍ସିଂ ସଂଘ ଓଡ଼ିଶା ଦଳରେ ଅଂଶ ଗ୍ରହଣ କରି ୦୬ ଟି ସ୍ୱର୍ଣ୍ଣ ୦୧ ଟି ରୌପ୍ୟ ଏବଂ ୧୨ ଟି କାଂସ୍ୟ ପଦକ ମୋଟ୍ ୧୯ ଟି ପଦକ ଜିତି ଗୌରଵ ଅର୍ଜନ କରିଛନ୍ତି।
ବାଳିକା ବିଭାଗରେ -୪୦କେଜି ରେ ସ୍ମୃତି ଭୋଇ K.L & L.C ରେ ୦୨ଟିସ୍ୱର୍ଣ୍ଣ C.Fରେ କାଂସ୍ୟ ପଦକ,-୪୫କେଜି ରେ ଅରୁନ୍ଧତୀ ସାହୁ P.F ରୌପ୍ୟ ପଦକ, -୫୦କେଜି ରେ ରୁପା ନାୟକ L.C କାଂସ୍ୟ ପଦକ,-୬୦କେଜି ରେ ରୋସନି ବେଗମ P.F,K.L ରେ ୨ଟି କାଂସ୍ୟ ପଦକ,-୭୦କେଜି ରେ ଉମା ମାହେଶ୍ୱରୀ ଦାସ L.C ରେ କାଂସ୍ୟ ପଦକ ,+୭୦କେଜି ରେ କିର୍ତ୍ତୀରାଣୀ ସାହୁP.F,K.L ରେ ୨ଟି ସ୍ୱର୍ଣ୍ଣ ପଦକ
ବାଳିକା ଦଳଗତ ଭାବରେ ଟିମ୍ ମ୍ୟୁଜିକଲ୍ ରେ ସ୍ୱର୍ଣ୍ଣ ଏବଂ ଟିମ୍ P.F ରେ କାଂସ୍ୟ ପଦକ ହାସଲ କରିଛନ୍ତି
ଏବଂ ବାଳକ ବିଭାଗ ରେ -୪୫କେଜି ରେ K.L,L.C ରେ ଶୁଭଙ୍କର ନାୟକ ୨ଟି କାଂସ୍ୟ ପଦକ,-୫୭କେଜି ରେ
ଚନ୍ଦନ ସାହୁ K.L ରେ କାଂସ୍ୟ ପଦକ,-୬୩କେଜି ରେ ବବୁଲୁ ବେହେରା P.F ରେ କାଂସ୍ୟ ପଦକ,-୬୯କେଜି ରେ ସୌଭାଗ୍ୟ ରଞ୍ଜନ ବେହେରା K.L ରେ କାଂସ୍ୟ ପଦକ,-୭୪କେଜି ସମୀର ପ୍ରଧାନ K.L ରେ ୧ଟି ସ୍ୱର୍ଣ୍ଣ ପଦକ ବାଳକ ଦଳଗତ ଭାବରେ ଟିମ୍ P.F ରେ କାଂସ୍ୟ ପଦକ ଜିତିଥିଲେ ।
ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ।
ଉକ୍ତ ପ୍ରତିଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ସମ୍ପୁର୍ଣ୍ଣ ଖର୍ଚ୍ଚ କ୍ରୀଡ଼ା ବିଭାଗ ଓଡ଼ିଶା ସରାରଙ୍କଦ୍ୱାରା ବହନ କରାଯାଇଥିଲା ଏହା ସହ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି ଚାମ୍ପିଅନସିପ୍ ପାଇଁ ଖେଳାଳୀ ମନେ ବହୁତ କଠିନ ପରିଶ୍ରମ କରିଥିଲେ।
ତେଣୁ ପତିଥର ପରି ଏଥର ମଧ୍ୟ ଖେଳାଳୀ ମନେ ଚିତ୍ତାକର୍ଷକ ପ୍ରଦର୍ଶନ କରି ନିଜ ଜିଲ୍ଲା ଢେଙ୍କାନାଳ, ଏବଂ ରାଜ୍ୟ ପାଇଁ ଗୌବର ଆଣିଛନ୍ତି ।
ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର କ୍ରୀଡା ଅଧିକାରୀ ଦୟାନିଧି ପତ୍ର,ଅମେଚୋର୍ କିକ୍ ବକ୍ସିଂ ଆସୋସିଏସନ୍ ଅଫ୍ ଓଡ଼ିଶା ର ସଭାପତି କାର୍ତ୍ତୀକ ଡାକୁଆ, ସମ୍ପାଦକ ବିଚିତ୍ର ନାମାୟଣ ଜେନା , ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ସନ୍ତୋଷ କୁମାର ପରିଡ଼ା , ଉପ-ସଭାପତି
ଦୀପ୍ତି ରଞ୍ଜନ ସାହୁ , ଯୁଗ୍ମ ସମ୍ପାଦକ ବାପି ସାମଲ, କୋଷାଧକ୍ଷ ଅରବିନ୍ଦ ବେହେରା, ଜିଲ୍ଲା ଏବଂ ସଂଘ ର ସମସ୍ତ ସଦସ୍ୟ ମାନେ କୃତୀ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି।



