ଦଧିବାମନ ଙ୍କୁ ଲାଗିହେଲା ପୋଡପିଠା ଭୋଗ

ଭଟଲି(ଅଭିମନ୍ୟୁ ପଧାନ ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲି ଦଧିବାମନ ଧାମ ସ୍ଥିତ ମାଉସୀ ମା’ ମନ୍ଦିରରେ ଗୁରୁବାର ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ପ୍ରିୟ ଭୋଗ ପୋଡ଼ପିଠା ଲାଗି କରାଯାଇଛି। ଏହାସହିତ ମହାପ୍ରଭୁ ଆଡ଼ପମଣ୍ଡପରେ ଶେଷଦିନ ପାଇଁ ଭକ୍ତମାନଙ୍କୁ ସାନ୍ଧ୍ୟ ଦର୍ଶନ ଦେଇଛନ୍ତି। ଆଜି ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଭାବେ ମୁଗବରା ଭୋଗଲାଗି କରାଯାଇଥିଲା। ନିଜ ମାଉସୀଙ୍କଠାରୁ ହାତ ତିଆରି ପୋଡ଼ପିଠା ଖାଇବା ପାଇଁ ପ୍ରଭୁ ଦଧିବାମନ ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ନବମୀ ଅବସରରେ ମାଉସୀ ତାଙ୍କୁ ହାତ ତିଆରି ପୋଡ଼ପିଠା ଲାଗି କରିଥିଲେ ବୋଲି ବିଶ୍ବାସ ରହିଛି। ତେବେ ଅନ୍ୟସ୍ଥାନ ଅପେକ୍ଷା ଭଟଲି ଦଧିବାମନ ପୀଠର ପୋଡ଼ପିଠା ସ୍ବତନ୍ତ୍ର ଅଟେ l ପ୍ରାୟ ୧୫ କ୍ରିଣ୍ଟାଲ ଓଜନର ପୋଡ଼ପିଠା ତିଆରି କରି ପ୍ରଭୁଙ୍କୁ ଭୋଗ ଲାଗି କରାଯାଇଥିଲା ଶୁକ୍ରବାର ସକାଳେ ମହାପ୍ରଭୁଙ୍କ ପହଡ଼ଭଙ୍ଗ, ଦ୍ବାରଫିଟା ନୀତି ଓ ସକାଳ ଧୂପ ଆଦି ସରିବା ପରେ ଦିନ ପ୍ରାୟ ୧୨ଟାରେ ପ୍ରଭୁଙ୍କ ପହଣ୍ଡି ପୂଜା କରାଯାଇ ପହଣ୍ଡି ବେଶ କରାଯିବା ଏହାପରେ ପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହେବା ସହିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଆଜି ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ,ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା ବିଜେପି ସଭାପତି ଅରୂପାନନ୍ଦ ସାହୁ, ବରଗଡ଼ ଧନୁଯାତ୍ରା କମିଟି ସମ୍ପାଦକ ସୁରେଶ୍ବର ଶତପଥି, ଡ. ମୁରଲୀ କିଷ୍ଠା, ବରିଷ୍ଠ ବିଜେପି ନେତା ସୌରୀଚରଣ ବାରିକ ଆଡ଼ପ ମଣ୍ଡପରେ ମହାପ୍ରଭୁ ପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ରଥଯାତ୍ରା ଅବସରରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଓ ନବଗୁଞ୍ଜର କଳା ମହୋତ୍ସବରେ ସୁନିତା ସାହୁ ଓ ସୁମି ବାଗଙ୍କ ଦ୍ବାରା କୀର୍ତନ ପରିବେଷଣ ହୋଇଥିଲା।



