ରାଜ୍ୟସ୍ତରୀୟ ଜୁନିଅର ଆଥଲେଟିକ୍ସରେ ବିମଳା ପାଲଙ୍କୁ ରୌପ୍ୟ ପଦକ
ମ.ରାମପୁର,ତା୮।୮(ଜାଗ୍ରତ ଭାରତ) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ରାଜ୍ୟବିଦ୍ୟାଳୟ ସ୍ତରୀୟ ୭୨ ତମ ଜୁନିଅର ଏଥେଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି। ମ. ରାମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଥିବାରୁ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପ୍ରଶିକ୍ଷଣ ନେଇ ଥିବା ବିମଳା ପାଲ ନିଜର କଠିଣ ପରିଶ୍ରମରେ ସଫଳତା ମିଳିଛି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ବିମଳାକୁ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତରେ ଜାତୀୟ ସ୍ତରରେ ମଧ୍ୟ ସଫଳତା ପାଇବା ପାଇଁ କାମନା କରିଛନ୍ତି।



