ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୁନାଗଡ, (ବାଲେଶ୍ୱର ସୁନାନୀ)
ଜୁନାଗଡ଼ ଠାରେ ଆସନ୍ତା ସ୍ୱାଧୀନତା ଦିବସ କୁ ସୁରୁଖୁରୁରେ ପାଳନ କରିବା ନିମନ୍ତେ ଆଜି ସ୍ଥାନୀୟ ଏନଏସି ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଏନଏସି ଅଧ୍ୟକ୍ଷା ହିମାଦ୍ରୀ ନାୟକ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ଖିଲୋ , କନ୍ଦର୍ପଗୁରୁ ଓ ସମସ୍ତ ପରିଷଦ ଓ ସ୍ତାନୀୟ ବୁଦ୍ଧିଜିବୀ ବୈଠକରେ ଯୋଗ ଦେଇଥିଲେ l ବୈଠକରେ ପତାକା ଉତ୍ତୋଳନ, ପ୍ୟାରେଡ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍ୱାଧୀନତା ଦିବସକୁ ସର୍ବସାଧାରଣଙ୍କ ସହଯୋଗରେ ସ୍ମରଣୀୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ବିଭାଗକୁ ଦାୟିତ୍ୱ ବଣ୍ଟନ କରାଯାଇଛି।ବୈଠକ ଶେଷରେ ସମସ୍ତଙ୍କ ସହଯୋଗ କାମନା କରାଯାଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିବେଦନ କରାଯାଇଥିଲା।



