ଚିତ୍ରକୂଟ୍ଟ ମନ୍ଦିର ସମ୍ମୁଖ ଡ଼୍ରେନ ଭାଙ୍ଗି ଚୁରମାର୍ : ପୌରକାର୍ଯ୍ୟାଳୟର ନାହିଁ ନିଘା
ତାଳଚେର, ୦୮/୦୮ ତାଳଚେର ପୌରପରିଷଦ କାର୍ଯ୍ୟାଳୟ ଠାରୁ ମାତ୍ର ୫ଶହ ମିଟରରେ ଦୂରରେ ରହିଥିବା ଚିତ୍ରକୂଟ୍ଟ ଗଣେଶମନ୍ଦିର ସମ୍ମୁଖ ରାସ୍ତାରେ ରହିଥିବା ବସ୍ତିର ଘରକଡ଼କୁ ଲାଗି ଏକ ଡ଼୍ରେନ ଯାଇଛି । ବସ୍ତିର ଏହି ଡ଼୍ରେନ ଏବେ ଭାଙ୍ଗିରୁଜି ଚୁରମାର ହେବା ସହିତ ସାମାନ୍ୟ ବର୍ଷା ହେଲେ ଡ଼୍ରେନ ପାଣି ଘର ଭିତରେ ଓ ରାସ୍ତାରେ ସୂଅ ଛୁଟୁଛି । ଅନ୍ୟ ଦିନ ଗୁଡ଼ିକରେ ଡ଼୍ରେନର ଆବର୍ଜନା ପାଣି ପଚିଷଢ଼ି ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ବୋଲି ବସ୍ତିବାସୀନ୍ଦାମାନେ ପ୍ରକାଶ କରୁଛନ୍ତି । ବସ୍ତିର ପ୍ରତ୍ୟେକ ଘରୁ ବାହାରୁଥିବା ପରିତ୍ୟକ୍ତ ଜଳ ଆସି ଡ଼୍ରେନରେ ପଡ଼ିବା ସହ ଭଙ୍ଗାଦଦରା ଅବସ୍ଥାରେ ରହିଥିବା ଡ଼୍ରେନରୁ ଜଳ ଅନ୍ୟତ୍ର ପ୍ରବାହିତ ନହୋଇ ରାସ୍ତା ଉପରକୁ ଚାଲି ଆସୁଥିବା ସେହି ବାଟଦେଇ ଯାଉଥିବା ପଥଚାରୀମାନେ ଅଭିଯୋଗ କରୁଛନ୍ତି । ତେବେ ପରିସ୍କାର ପରିଚ୍ଛନତା ଉପରେ ତାଳଚେର ପୌରପରିଷଦ ପୁରସ୍କୃତ ହେଉଥିବା ବେଳେ କିପରି ଭାବେ ଏହି ଭଙ୍ଗାଦଦରା ଡ଼୍ରେନଟି ଦୃଷ୍ଟିକୁ ଆସୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ତୁରନ୍ତ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୌର କାର୍ଯ୍ୟାଳୟ ପକ୍ଷରୁ ଡ଼୍ରେନଟିର ମରାମତି କରିବାକୁ ବସ୍ତି ବାସୀନ୍ଦାମାନେ ଦାବି କରିଛନ୍ତି ।



