ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ତାଳଚେର, ୦୮/୦୮ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ତପନ କୁମାର ସାହୁଙ୍କ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଆମ୍ବପାଳ ନତଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । କଳମଛୁଇଁ ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ମଙ୍ଗୁଳୁ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଙ୍କୁଳ ସଂଯୋଜକ ବାବୁଲି ସାମଲ ବିଜ୍ଞାନ ମେଳାର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ତାଳଚେର ସଙ୍କୁଳ ଅନ୍ତର୍ଗତ ୭ଟି ଶିଶୁ ମନ୍ଦିରର ୨୩୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୧୧୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବରେ କଳମଛୁଇଁ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିରାକାର ବାରିକଙ୍କ ସମେତ ଶିକ୍ଷାବିତ୍ ବୈକୁଣ୍ଠ ପ୍ରଧାନ, ଅକ୍ଷୟ ପ୍ରଧାନ, ଶିଶିର ମାଝୀ, ବିଷ୍ଣୁ ଚରଣ ସାହୁ, ଦିଲିପ ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରକଳ୍ପଗୁଡିକର ମୂଲ୍ୟାଙ୍କନ କରିଥିଲେ । ପ୍ରକଳ୍ପଗୁଡିକ ମଧ୍ୟରୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଉପଢ଼ୌକନ ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଦେଉଳବେଡ଼ା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ହେମନ୍ତ ପ୍ରଧାନ, ବଡ଼ଯୋରଡ଼ା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଗୌରଚନ୍ଦ୍ର ନନ୍ଦ, ଆମ୍ବମୁଣ୍ଡା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁ ପରିଚାଳନା କରିଥିବା ବେଳେ ନୂଆଁଗାଁ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଳମଛୁଇଁ ଶିଶୁ ମନ୍ଦିରର ଯୁଗ୍ମ ସଂପାଦକ ବିକ୍ରମ ଜେନା, କୋଷାଧ୍ୟକ୍ଷ ପଂଚାନନ ବେହେରା, ବରିଷ୍ଠ ଆଚାର୍ଯ୍ୟ ଅନୀଲ କୁମାର ସାହୁ, ସଞ୍ଜୟ ସାଲିମା, ଭଗବାନ ବେହେରା, ବସନ୍ତ ମହାନ୍ତି, ଚତୁର୍ଭୂଜ ସାହୁ, ପ୍ରକାଶ ବେହେରା, ରବିନ ବରାଳ, କମଳ ପ୍ରଧାନ, ସୁକନ୍ୟା ମାଝୀ, ସବିତା ସାହୁ, ନିତ୍ୟାନନ୍ଦ ଭୂତିଆ,ଟୁନିତା ସାହୁ ପ୍ରମୁଖଙ୍କ ସହ ସମସ୍ତ ଗୁରୁଜୀ,ଗୁରୁମା ସକ୍ରିୟ ସହଯୋଗ କରିଥିଲେ ।



