ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତାଳଚେର :୦୮/୦୮/୨୦୨୬
ଜୀବଜଗତ ପାଇଁ ପ୍ରକୃତିର ଦାନ ଅତୁଳନୀୟ, ସେଥିମଧ୍ୟରୁ ବୃକ୍ଷରାଜି ସମସ୍ତଙ୍କର ତ୍ରାଣକର୍ତ୍ତା ଭାବରେ ଉଭାହୋଇଛି। ବିଶେଷକରି ମନୁଷ୍ୟ ଓ ପଶୁ ସମାଜ ତିଷ୍ଠି ରହିବା ପାଇଁ ଯାହା ବିଧିବ୍ୟସ୍ଥା ସ୍ଥାପିତ ହୋଇଛି ତାହାର ମୂଳମନ୍ତ୍ର ହେଉଛି ବୃକ୍ଷ। ବୃକ୍ଷ ପାଇଁ ଆମ୍ଭେମାନେ ଔଷଧ, ଜଳ,ଫଳ ଓ ଖାଦ୍ୟଶସ୍ୟ,ରୌଦ୍ର ତାପରୁ ରକ୍ଷା,ସର୍ବୋପରି ବଂଚିବା ପାଇଁ ଯେଉଁ ଅମ୍ଳଜାନର ଆବଶ୍ୟକତା ରହିଛି ତାହା ବୃକ୍ଷ ହିଁ ପୂରଣ କରିବାରେ ସକ୍ଷମ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରତନ୍ତ୍ର ସମ୍ବାଦପତ୍ର ପକ୍ଷରୁ ସ୍ଥାନୀୟ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ
“ଗଛ ଲଗାଇବା କାହା ପାଇଁ” ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳା ମହାବିଦ୍ୟାଳୟ ପରିସରରେ ଅଶୋକ ବୃକ୍ଷ ରୋପଣର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିବାସହ ରାଷ୍ଟ୍ରତନ୍ତ୍ର ସମ୍ବାଦପତ୍ରର ସମ୍ପାଦନା ମଣ୍ଡଳୀଙ୍କୁ ସାଧୁବାଦ ଜଣାଇଥିଲେ। ବିଶେଷ ଅତିଥି ଭାବରେ ତାଳଚେର ମଣ୍ଡଳର ଖଣି ଉପନିର୍ଦେଶକ ଦେବେନ୍ଦ୍ରନାଥ ଦଳାଇ ଉପସ୍ଥିତ ଛାତ୍ରୀମାନଙ୍କୁ ରୋପଣ କରାଯାଇଥିବା ଉପକାରୀ ବୃକ୍ଷଗୁଡ଼ିକର ଯତ୍ନନେଇ ବଞ୍ଚାଇ ରଖିଲେ ଆଗାମୀ ଦିନରେ ଛାତ୍ରୀ ମାନଙ୍କ ପାଇଁ ବହୁ ଉପକାର ହେବ ଏବଂ ବାପା ମାଆଙ୍କ ନାମ ଉଛ କରିବା ପାଇଁ ବିଦ୍ୟା ଅଧ୍ୟାୟନରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଏନଟିପିସି ତାଳଚେର ଥର୍ମାଲର ମାନବସମ୍ବଳ ଉପ ମହାପ୍ରବନ୍ଧକ ସଂଜିତ କୁମାର ସେନାପତି ତାଙ୍କ ବକ୍ତବ୍ୟରେ ବୃକ୍ଷ ରୋପଣ ଜରିଆରେ ପର୍ଯ୍ୟାବରଣର ସ୍ୱଚ୍ଛତାକୁ ଗୁରୁତ୍ୱ ଦେଲେ ଆମ୍ଭେମାନେ ତାଳଚେର ରେ ଏକ ସବୁଜ ବଳୟର ପରିକଳ୍ପନାକୁ ସାକାର ରୂପ ଦେବାରେ ସକ୍ଷମ ହେବା ସହିତ ପ୍ରଦୂଷଣ ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବାର ଏକ ପଥ ଉନ୍ମୋଚନ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ (ଯୁକ୍ତତିନି) ଭୀମସେନ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ତାଳଚେର ବନପାଳ ସିଦ୍ଧାର୍ଥ ଅନୁରାଗ ପରିଡା, ଅଧ୍ୟାପକ ସତ୍ୟନାରାୟଣ ପରିଡା, ଏନଟିପିସି ତାଳଚେର ଥର୍ମାଲର ଜନସମ୍ପର୍କ ଅଧିକାରୀ ବିଷ୍ଣୁ ଚନ୍ଦ୍ର ସାହୁ, ଅଧ୍ୟାପିକା ସାଗରୀକା ମଲ୍ଲିକ, ଶିଳ୍ପାଞ୍ଚଳ ମହିଳା (ଯୁକ୍ତଦୁଇ)କଲେଜର ଅଧ୍ୟକ୍ଷା ଶିବାନୀ ମହାପାତ୍ର, ରାଷ୍ଟ୍ରତନ୍ତ୍ର ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ଧୀରମୋହନ ରାୟ, ସମ୍ପାଦକ ଦେବାଶିଷ ପରିଡା ପ୍ରମୁଖ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ମତପୋଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଜିତେନ୍ଦ୍ର କୁମାର ମହାପାତ୍ର, ସାମ୍ବାଦିକ ଭାଗ୍ୟରଥି ମାହାପାତ୍ର ,ସାମ୍ବାଦିକ ମହେନ୍ଦ୍ର କୁମାର ,ସୁଲେଖ ସେଠି, କବି କରୁଣାକର ବାଇ, ମହିଳା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଓ ସର୍ବୋପରି ସମସ୍ତ ଛାତ୍ରୀଗଣ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅଶୋକ, ପାତାଳ ଗରୁଡ, ଲିମ୍ବ, ବଉଳ, ପିଜୁଳି ପ୍ରଭୃତି ୩୦ରୁ ଅଧିକ ଚାରା ରୋପଣ କରାଯାଇଥିଲା



