”ଷ୍ଟଡି ଲାଇଫ୍ ମୋ ପ୍ରତିଭା ଅୱାର୍ଡ” ର ଅନ୍ୱେଷଣ
କୁଞ୍ଜକାନ୍ତ 09/୦8: ପ୍ରତିବର୍ଷ ଭଳି ଚଳିତବର୍ଷ ଅନୁଷ୍ଠିତ ହୋଇଯାଇଛି “ଷ୍ଟଡି ଲାଇଫ୍ ମୋ ପ୍ରତିଭା ଆୱାର୍ଡ “ର ଅନ୍ୱେଷଣ । ଢେଙ୍କାନାଳ ର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଷ୍ଟଡି ଲାଇଫ ଦ୍ୱାରା ଜିଲ୍ଲା ସାମ୍ବାଦିକ ଭବନ ଠାରେ ଆୟୋଜିତ ହୋଇଯାଇଛି ସଙ୍ଗୀତ ଏଵଂ ନୃତ୍ୟ ପ୍ରତିଯୋଗିତା । ଏଥିରେ ଢେ଼ଙ୍କାନାଳ ଜିଲ୍ଳା ର ବିଭିନ୍ନ ସ୍କୁଲ ଓ କଲେଜ ର 50-60 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଜୁରି ମେମ୍ବର ଭାବେ ଇନର ହ୍ୱିଲ କ୍ଲବ ର ପ୍ରେସିଡେଣ୍ଟ ତଥା ଓଡ଼ିଶୀ ନୃତ୍ୟ ଗବେଷିକା ଶ୍ରୀମତି ଦିପ୍ତିବାଳା ମିଶ୍ର ଏବଂ ଯୋଗ ବିଶେଷଜ୍ଞ ତଥା ଧରିତ୍ରୀ ଖବରକାଗଜ ର ଢେ଼ଙ୍କାନାଳ ଶାଖା ର ଏଡିଟର୍ ଶ୍ରୀଯୁକ୍ତ ପ୍ରଳୟ ଦାଶ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ସଠିକ୍ ମୂଲ୍ୟାୟନ କରିଥିଲେ । ଜୁରୀ ମେମ୍ବର ଭାବେ ମଧ୍ୟ ଅନୁଷ୍ଠାନ ର ଅନ୍ୟତମ ପ୍ରଶିକ୍ଷକ ଶ୍ରୀଯୁକ୍ତ ରଞ୍ଜିତ୍ କୁମାର ନାୟକ ଓ ସୋନିଶ୍ମିତା ମ୍ୟାଡ଼ାମ ଯୋଗ ଦେଇଥିଲେ । ସୂଚନା ଥାଉ କି ଷ୍ଟଡି ଲାଇଫ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପ୍ରତିବର୍ଷ ଏହିଭଳି କାର୍ଯ୍ୟକ୍ରମ ମାଧ୍ଯମରେ ପିଲାମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଅନ୍ୱେଷଣ କରିବାର ପ୍ରାୟାସ ଜାରି ରଖିଥିବା ବେଳେ ଚାଳିତ ବର୍ଷ ଏହାକୁ ଚତୁର୍ଥ ଥର ପାଇଁ ଅୟୋଜନ କରା ଯାଇଛି । ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ଆଶିଷ କୁମାର ପଣ୍ଡା, ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାକୁ ଭୁରି ଭୁରି ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଅବିନାଶ ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଯୋଗଦେଇ କାର୍ଯକ୍ରମ କୁ ସଫଳ କରାଇଥିଲେ ।



