ଦେବଗଡର ପୁରାତନ ଜିଲ୍ଲାପାଳ କାର୍ଯ୍ୟାଳୟକୁ ବାମଣ୍ଡା ମିଉଜୀଉମ କରାଯିବ, କୁଚିଣ୍ଡା ରେ ପ୍ରସ୍ତୁତି ସଭା ଆୟୋଜିତ

କୁଚିଣ୍ଡା,12/8, କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ସଭା କକ୍ଷରେ ଆଜି ଅପରାହ୍ନରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ,ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଉପଖଣ୍ଡର ସଂଜସେବି,ଶିକ୍ଷାବିତ୍,ବୁଦ୍ଧିଜୀବୀ ଓ ସ୍ଵାଧୀନତା ସଂଗ୍ରାମୀ ଙ୍କ ଦାୟଦ ମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଦେବଗଡ଼ ଜିଲ୍ଲା ର ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ମାଡ୍ରାସ ଆଇ. ଆଇ. ଟି. ର ଅଧ୍ୟକ୍ଷା ଆର୍କିଟେକ ଶିବାଙ୍ଗୀ ଶୁକ୍ଳା,,ଚେନ୍ନାଇର ଆକ୍ତିଟେକ୍ଟ ଅନିରୁଦ୍ଧ, ଜିଲ୍ଲା ସଂସ୍କୃତି ପରିଷଦ ର ସଭ୍ୟ ସୁଧୀର କପରଦର୍, ଜିଲ୍ଲା ନାଗରିକ ସମିତି ର ସମ୍ପାଦକ ଲକ୍ଷ୍ମଣ ପ୍ରଧାନ ଓ ଜିଲ୍ଲା ବରିଷ୍ଟ ନାଗରିକ ଫୋରମ୍ ର ସଭାପତି ଡ଼ ରାମ ଚନ୍ଦ୍ର ମହାପାତ୍ର ପ୍ରମୁଖ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ଆଲୋଚନା ସଭାରେ ଦେବଗଡର ପୁରାତନ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ସାମାନ୍ୟ ପରିବର୍ତ୍ତନ କରି ବାମଣ୍ଡା ମିଉଜିଆମ୍ କରାଯିବ କଥା ଘୋଷଣା କରାଯାଇଥିଲା ।ଏଥି ପାଇଁ ପୂର୍ବରୁ ଉପର ବାମଣ୍ଡା ଭାବରେ ପରିଚିତ କୁଚିଣ୍ଡା ଉପଖଣ୍ଡ ବସି ଙ୍କ ସହଯୋଗ କାମନା କରିଥିଲେ ।ଏହି ଆଲୋଚନାରେ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ରେଭେନ୍ୟୁ ଅଧିକାରୀ ଶାନ୍ତନୁ ସାହୁ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣା କର କିଷାନ୍,ବାମରା ବ୍ଲକ୍ ବରିଷ୍ଠ ନାଗରିକ ସଂଘ ସଭାପତି ଯୋଗ ବିହାରୀ ପରିଡ଼ା,କୁଚିଣ୍ଡା ବରିଷ୍ଟ ନାଗରିକ ସଂଘ ସଭାପତି ଧୀରେନ୍ଦ୍ର ମହାନ୍ତି, ସମ୍ପାଦକ ଜନ କମିଲ ଲକଡା,ଓଷ୍ଟା କୁଚିଣ୍ଡା ବ୍ଲକ ସଭାପତି ପ୍ରମୋଦ କର୍ଶେଲ, ଜମନକିରା ବ୍ଲକ୍ ସମ୍ପାଦକ ରତନ ଲାଲ ସିଂହ , ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ ବେହେରା, ସମାଜସେବୀ ଡ଼ ଶରତ ଚନ୍ଦ୍ର ଗୌନ୍ତିଆ, ରମାକାନ୍ତ ମହକୁଲ,ମଳୟ ବେହେରା,ପ୍ରକୃତି ବନ୍ଧୁ ବୀରେନ୍ଦ୍ର ପଟେଲ,ଅଧ୍ୟାପକ ସତ୍ୟ ନାରାୟଣ ପଟେଲ, ସ୍ଵାଧୀନତା ସଂଗ୍ରାମୀ ଙ୍କ ଦାୟଦ ପରମେଶ୍ୱର ପଟେଲ, ନନ୍ଦଳାଲ ପଟେଲ, ନରେଶ ପଟେଲ, ଗୋଛରା ହାଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଏକ୍କା , ବନମାଳୀ ନାଏକ ,ରୁଦ୍ର ନାରାୟଣ ବେହେରା, ସୁରୁ ମନି ସୁନାନି ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।କୁଚିଣ୍ଡାର ସମସ୍ତ ଦର୍ଶନୀୟ ସ୍ଥାନ,ସ୍ଵାଧୀନତା ସଂଗ୍ରାମୀଙ୍କ ଜନ୍ମ ସ୍ଥାନ ଓ କାର୍ଯ୍ୟକ୍ରମର ବିବରଣୀ, ଐତିହାସିକ ଦଲିଲ ଆଦି ସଂଗୃହୀତ କରି ରଖାଯିବାକୁ ସ୍ଥିର କରାଯାଇଥିଲା । ଏଥିପାଇଁ ସୁବାସ ନାୟକଙ୍କୁ ମୁଖ୍ୟ ସଂଯୋଜକ, ଯୋଗବିହରି ପରିଡ଼ାଙ୍କୁ ବାମରା ବ୍ଲକ୍ ସଂଯୋଜକ, ରତନ ଲାଲ ସିଂ ଙ୍କ ଜମନକିରା ବ୍ଲକ୍ ସଂଯୋଜକ ଓ ସତ୍ୟନାରାୟଣ ପଟେଲଙ୍କୁ କୁଚିଣ୍ଡା ବ୍ଲକ୍ ସଂଯୋଜକ ମନୋନୀତ କରାଯାଇଥିଲା ।ଶେଷରେ ସୁଶୀଲ ମହକିଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।



