ଘରେ ଘରେ ତ୍ରିରଙ୍ଗା ଶଭାଯାତ୍ରା

ଭଟଲି (ଅଭିମନ୍ୟୁ ପଧାନ ) :- ଭଟଲି ରେ ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସଞ୍ଜିବ କୁମାର ଷଡ଼ଙ୍ଗୀ ଙ୍କ ନେତୃତ୍ବରେ ଅନୁଷ୍ଠିତ ଶୋଭାଯାତ୍ରାରେ ବିଦ୍ୟାଳୟର ଶତାଧିକ ଛାତ୍ରୀ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇ ଦେଶର ଯଶ ରଖିବା ସହିତ ଦେଶକୁ ସ୍ୱାଧୀନତାର ସ୍ବାଦ ଚଖାଇଥିବା ସେହି ମହାପୁରୁଷମାନଙ୍କୁ ମନେ ପକାଇବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଶିକ୍ଷକ ଗୋବିନ୍ଦ ବାରିକ ସୌଦାମିନୀ ପଧାନ, ପାର୍ବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହି ପରି ସତିହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନାଙ୍କ ତତ୍ତ୍ୱାବଧାନରେ ହର ଘର ତ୍ରିରଙ୍ଗା ଅଭିଯାନ ଉପଲକ୍ଷେ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଛାତ୍ରୀମାନେ ସାଇକଲରେ ତ୍ରିରଙ୍ଗା ପତାକା ଲଗାଇ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲେ । ଶୋଭାଯାତ୍ରାକୁ ଅତିରିକ୍ତ ତହସିଲଦାର ଭୁପେଶ ପାଢ଼ୀ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଢାଲେଶ୍ଵରୀ ପଟେଲ, ସ୍ଵପ୍ନ ସାହୁ, ଅନୀମା ବାରିକ୍, ହରିପ୍ରିୟା ବାରିକ୍, ଜୟଶ୍ରୀ ମୈଚୀ, ବନ୍ଦିତା ପ୍ରଧାନ ଉପସ୍ଥିତ ଥିଲେ।




