ତା ୧୩/୦୮/୨୦୨୬ ରେ ଦୁଦୁରକୋଟ ପଞ୍ଚାୟତ ର ରାମଚଣ୍ଡୀ ଛକ (ଖଦଖଦି ଛକ)ଠାରୁ ତାରିଣୀ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଅଛି ,ଏହି ତ୍ରିରଙ୍ଗା ଯାତ୍ରାରେ ଦୁଦୁରକୋଟ ପଞ୍ଚାୟତ ତଥା ହାତୁରା ମଣ୍ଡଳ ର ସହ ସହ ଜନସାଧାରଣ ଯୋଗ ଦେଇ ଏହି ଯାତ୍ରା କୁ ସଫଳ କରେଇଛନ୍ତି, ଏହି ଯାତ୍ରା କୁ ମୁଖ୍ୟ ଅତିଥି ଭାବେ M.P ଙ୍କ ପ୍ରତିନିଧି ତଥା ଢେଙ୍କାନାଳ ଜିଲ୍ଲା General Secretary ଶ୍ରୀଯୁକ୍ତ ସୁଶାନ୍ତ କୁମାର ପତି , ହାତୁର ମଣ୍ଡଳ ସଭାପତି ସୁଜିତ ଜେନା , ଦୁଦୁରକୋଟ ପଞ୍ଚାୟତ ଉପସଭାପତି ବୀରେନ୍ଦ୍ର ସାମଲ ଯୋଗଦେଇଥିଲେ ,ଦୁଦୁରକୋଟ ପଞ୍ଚାୟତ ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ରେ ତ୍ରିରଙ୍ଗା ଯାତ୍ରା ସଫଳ ହୋଇଅଛି ।
ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ଦୁଦୁରକୋଟ ଓ ହାତୁରା ପଂଚାୟତ ର ଶହ ଶହ ଯୋଗଦେଇ ଭାରତ ମାତାକି ଜୟ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ.



