ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କରଣ ଆଦାନୀ, ଶିଳ୍ପ ଓ ନିବେଶ ନେଇ ଆଲୋଚନା
ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ବିକାଶ ଓ ନିବେଶର ସମ୍ଭାବନାକୁ ନେଇ ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ହୋଇଛି। ବିଶିଷ୍ଟ ଶିଳ୍ପପତି କରଣ ଆଦାନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବିଭିନ୍ନ ଶିଳ୍ପ ଓ ନିବେଶ ସମ୍ପର୍କିତ ବିଷୟରେ ଆଲୋଚନା କରିଛନ୍ତି।
ସାକ୍ଷାତକାର ସମୟରେ ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ବିକାଶ, ନୂତନ ନିବେଶର ସୁଯୋଗ ଏବଂ ଶିଳ୍ପଭିତ୍ତିକ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି।
ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସାକ୍ଷାତକାର ରାଜ୍ୟରେ ଶିଳ୍ପ ଓ ନିବେଶ କ୍ଷେତ୍ରରେ ଆଗାମୀ ଦିନର ସମ୍ଭାବନାକୁ ନେଇ ଗୁରୁତ୍ୱ ବହନ କରୁଛି।



