ପାଳଲହଡ଼ାରେ ଦେଶପ୍ରେମର ଉତ୍ସାହ: ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରାରେ ବିଧାୟକ
ପାଳଲହଡ଼ା: ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ପାଳଲହଡ଼ାରେ ଦେଖିବାକୁ ମିଳିଛି ଦେଶପ୍ରେମର ଉତ୍ସାହ। ଏହି ଅବସରରେ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗଦେଇଥିଲେ।
ହାତରେ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇ ବିଧାୟକ ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡ ଭାରତର ଭାବନାକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ।
ବିଧାୟକ କହିଥିଲେ, “ତ୍ରିରଙ୍ଗା ଆମ ଗୌରବ, ଆମ ଏକତା ଓ ଜାତୀୟ ସ୍ୱାଭିମାନର ପ୍ରତୀକ। ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା।”
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ, ନେତା, କର୍ମୀ ଓ ସମର୍ଥକ ଯୋଗଦେଇଥିଲେ। ତ୍ରିରଙ୍ଗାରେ ସଜିଥିବା ଶୋଭାଯାତ୍ରା ପାଳଲହଡ଼ାରେ ଦେଶପ୍ରେମ ଓ ଜାତୀୟ ଏକତାର ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା।
ଜୟ ହିନ୍ଦ୍! 🇮🇳



