ଇ-ବୁକସ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ।
“””””””””””””””””””””””””””””””””””””””””””
ଆଜି ପବିତ୍ର ୮୦ତମ ସ୍ବାଧୀନତା ଦିବସ ଅବସରରେ ଇ-ବୁକ୍ସ ,ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଢେଙ୍କାନାଳ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି ।ଏହି ଜାତୀୟ ଦିବସରେ ଶ୍ରୀଯୁକ୍ତ ବିଭୂତି ଭୂଷଣ ସାମଲ,ପୂର୍ବ ସଂପାଦକ, ଓଷ୍ଟା ଏବଂ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ସଂପାଦକ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଏହି ଅବସରରେ ନିଜକୁ ଦେଶର ଜଣେ ସୁନାଗରିକ ଭାବରେ ଗଢି ତୋଳିବା ପାଇଁ ପ୍ରେରଣା ଦେଇଥିଲେ । ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ମହାରଣା ସ୍ବାଧୀନତା ପାଇଁ ବଳିଦାନ କରିଥିବା ମହାପୁରୁଷ ମାନଙ୍କର ସମ୍ବନ୍ଧରେ ମନେପକାଇ ନିଜକୁ ଦେଶ ମାତ୍ରୃକା ନିମନ୍ତେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ପାଗର ପ୍ରତିକୁଳ ଅବସ୍ଥା ଥିଲେ ମଧ୍ୟ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ଶ୍ରୀବତ୍ସ ମହାପାତ୍ର, ସମସ୍ତ ଅଧ୍ୟାପକ ,କର୍ମଚାରୀ ଓ ଛାତ୍ରୀଛାତ୍ର ଉପସ୍ଥିତ ରହି ଜାତୀୟ ଦିବସକୁ ମହାସମାରୋହ ଭାବରେ ପାଳିତ ହୋଇଥିଲା । ଶେଷରେ ଓଡିଆ ବିଭାଗର ଅଧ୍ଯାପକ ଶ୍ରୀ ଲକ୍ଷ୍ମୀଧର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

August 15, 2026/
No Comments


