ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ

ବାଲିଗୁଡା, ତା, ୧୫/୦୮:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରଥମ ଥର ପାଇଁ ୮୦ ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହ ଓ ଦେଶ ଭକ୍ତିର ସହ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଯାଇଛି l ଏଥିରେ ସଂଘର ସଭାପତି ଡ଼.ମଧୁସୂଦନ ମହାପାତ୍ର ‘ବନ୍ଦେ ମାତରମ୍ ‘ ଗାନ ପରେ ପତାକା ଉତ୍ତୋଳନ ପୂର୍ବକ ଜାତୀୟ ସଂଗୀତ ଗାନ କରିବା ପରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ୮୦ ତମ ସ୍ଵଧାନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କ ଅଭିଭାଷଣ ରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ, ବଳିଦାନ ଓ ଅବଦାନ କୁ ସ୍ମରଣ କରିଥିଲେ l ଦେଶର ଏକତା, ଅଖଣ୍ଡତା, ଭାଇଚାରା ଓ ସାମାଜିକ ସମନ୍ୱୟ ବଜାୟ ରଖିବା ସହିତ ବରିଷ୍ଠ ନାଗରିକ ମାନେ ସମାଜର ଉନ୍ନତିରେ ନିଜର ଅଭିଜ୍ଞତା କୁ ଦେଶର ଉନ୍ନତି ରେ ବ୍ୟବହାର କରିବା ପାଇଁ ଆହ୍ୱାନ କରିଥିଲେ l ସମସ୍ତେ ନିଜ ନିଜ ଘରର, ସାହିର ଓ ଗାଁ ର ପରିବେଶ କୁ ପରିଷ୍କାର ରଖିବା ପାଇଁ ଉଦ୍ୟମ କରିବା ସହିତ ସ୍ୱଚ୍ଛ ଭାରତ ନିର୍ମାଣ କରିବାରେ ଏକ ଦାୟିତ୍ୱବାନ ନାଗରିକ ର ଦାୟିତ୍ୱ ସମ୍ପାଦନା କରିବା ପାଇଁ ଆହ୍ୱାନ କରିଥିଲେ l ଦେଶରୁ ଆଶିକ୍ଷା, କୁସଂସ୍କାର, ବାଲ୍ୟ ବିବାହ, ଘୃଣା ବିଦ୍ବେଷ ଦୂର କରିବାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ଶେଷରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ସମସ୍ତଙ୍କୁ ସେମାନଙ୍କର ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)


