ଚପ୍ରିଆ ଉଚ୍ଚ ବିଦ୍ୟାଳୟରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ଗୋଲାମୁଣ୍ଡା,୧୫/୮ : ସାରା ଭାରତ ର କୋଣ ଅନୁକୋଣରେ ୮୦ ତମ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ଆଜି ଦେଶଭକ୍ତି ଓ ଉତ୍ସାହର ସହ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରରଞ୍ଜ ଭୋଇ ଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିବା ଉତ୍ସବ ରେ ସହକାରି ଶିକ୍ଷକ ବୃନ୍ଦ ତଥା ମନୋଜ କୁମାର ରଥ, ବୀର ରଣା, କିଶୋର କୁମାର ମେହେର, ମହେନ୍ଦ୍ର ବେହେରା,ଅଗସ୍ତି ପୁଟେଲ ପ୍ରମୁଖ ଉପସ୍ଥିତ ରହିଥବା ବେଳେ ଖେଳ ଶିକ୍ଷକ ଧନଞ୍ଜୟ କୁମାର ମେହେର ସଭା ପରିଚାଳନା କରିଥିଲେ । ଏହି ସ୍ୱାଧୀନତା ଦିବସ ଅବସରରେ ଗୋଲାମୁଣ୍ଡା ବ୍ଲକ ର ବରିଷ୍ଠ ସାମ୍ବାଦିକ କପୂର୍ଚ୍ଚନ ସେଠିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ଦିବସର ମହତ୍ତ୍ୱ, ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ଦେଶର ଭବିଷ୍ୟତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଉଦବୋଧନ ଦେଇଥିଲେ । ସମସ୍ତ ଶିକ୍ଷକ ସମେତ ଗ୍ରାମ ର ବିଶେଷ ବ୍ୟକ୍ତି, ଅଭିଭାବକ ଓ ଛାତ୍ରଛାତ୍ରୀ ଏହି ଉତ୍ସବରେ ଉପସ୍ଥିତ ରହି ଜାତୀୟ ଭାବନାର ପରିଚୟ ଦେଇଥିଲେ। ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍ୱାଧୀନତା ଦିବସର ମହତ୍ତ୍ୱ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିବେଶରେ ଦେଶପ୍ରେମ, ଜାତୀୟ ଏକତା ଓ ଭାଇଚାରାର ଭାବନା ପ୍ରକାଶ ପାଇଥିଲା। ଶେଷରେ ପ୍ରତିଯୋଗିତା କୃତିତ୍ୱ ଛାତ୍ର ଓ ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଦ୍ୱାରା ପୁରସ୍କାର ଅର୍ପଣ କରାଯାଇଥିଲା ।
କଳାହାଣ୍ଡି ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)


