କଣିହାଁ NTPCରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ; ୫ ଗୁରୁତର
ତାଳଚେର: ତାଳଚେର କଣିହାଁସ୍ଥିତ NTPC ପ୍ଲାଣ୍ଟରେ ଅଘଟଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ଦୁର୍ଘଟଣା ଘଟିବା ପରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।
ଘଟଣା ପରେ ପ୍ଲାଣ୍ଟ ପରିସରରେ ଉତ୍ତେଜନା ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଦୁର୍ଘଟଣାର ସଠିକ୍ କାରଣ କ’ଣ, ଏନେଇ ତଦନ୍ତ ଆରମ୍ଭ ହୋଇଛି।
ତଦନ୍ତ ଶେଷ ହେବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।



