କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ହାତୀଙ୍କ ଉପଦ୍ରବ।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଜଙ୍ଗଲି ହାତୀଙ୍କ ପାଇଁ ଆତଙ୍କିତ ହୋଇପଡିଛନ୍ତି ଲୋକେ। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ସହରରେ ବୁଲିଲା ଗୋଠ ଛଡ଼ା ଦନ୍ତାହାତୀ ।
ଗତ ରାତିରେ ଏକ ଗୋଠ ଛଡା ଦନ୍ତାହାତୀ ସହର ଭିତରେ ପଶି ବୁଲୁଥିବା ଦେଖାଯାଇଥିଲା । ଝାଡ଼ଖଣ୍ଡ ପଟୁ ଆସି ଗୋଧୁଳି ଦେଇ ଚମ୍ପୁଆ ସହରକୁ ପ୍ରବେଶ କରିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଚମ୍ପୁଆ ରେଞ୍ଜ ଅଧିକାରୀ ଦନ୍ତା ହାତୀର ଗତିବିଧି ଉପରେ ନଜର ରଖିବା ସହିତ ଲୋକଙ୍କ ଜନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଦନ୍ତାକୁ ଚମ୍ପୁଆ ବଜାର ଭିତରୁ ଘଉଡାଇ ଥିଲେ । ଚମ୍ପୁଆ ବଜାର, ଛଅ ନମ୍ୱର ୱାର୍ଡ, ମୁସଲିମ ବସ୍ତି ଦେଇ ଏକ ନମ୍ୱର ୱାର୍ଡ ଗୋଧୂଳି ବୈତରଣୀ ନଦୀ ନିକଟ ଆମ୍ବ ବଗିଚାକୁ ଚାଲିଯାଇଛି । ତେବେ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ, ଏହିଭଳି ବାରମ୍ବାର ସହର ଭିତରକୁ ଜଙ୍ଗଲି ହାତୀ ପଶି ଆସୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୁଏ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



