ବନ୍ୟା ବିପନ୍ନଙ୍କ ହୃଦୟ ଜିତିଲେ ଖରସ୍ରୋତା ପୁସ୍ତକ ମେଳା କମିଟି

ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକର ଜଣାଶୁଣା ଖରସ୍ରୋତା ପୁସ୍ତକ ମେଳା କମିଟି ଆଜି ତୃତୀୟ ଦିନରେ ଆଳି ବ୍ଳକର ଦେସାହି ପଞ୍ଚାୟତର ଜେନା ସାହି,ମଳିକ ସାହି,ବରି ବ୍ଳକର ମଧୁସୂଦନ ପଞ୍ଚାୟତର ମଲ୍ଲୀକ ସାହି,ଦାଶ ସାହି, ଅଙ୍ଗାଳୋର ମଲିକ ସାହି,କଣ୍ଟିପୁର ର ମହିସାହି ଆଦି ଗ୍ରାମ ଗୁଡିକରେ ନାହିଁ ନ ଥିବା ଅସୁବିଧା ରେ ସମୁଖୀନ ହୋଇଥିଲେ ସ୍ଥାନୀୟ ଅଧିବାସୀ ମାନେ ।ସେ ବିଷୟରେ ଖବର ପାଇ ଅଗ୍ରଣୀ ଖରସ୍ରୋତା ପୁସ୍ତକ ମେଳା କମିଟି ପକ୍ଷରୁ ସ୍ଥିର କରାଯାଇ ଆଜି ତୃତୀୟ ଦିନରେ ପ୍ରବଳ ବର୍ଷାକୁ ଖାତିର ନ କରି ସ୍ଥାନୀୟ ବନ୍ୟା ବିପନ୍ନଙ୍କୁ ଚୁଡ଼ା,ମୁଢ଼ି, ବିସ୍କୁଟ,କଦଳୀ,ପନିପରିବା, ପଶୁମାନଙ୍କ ପାଇଁ ଦାନା,ପାଣି ବୋତଲ,ଖାତା,ପେନ୍ ଆଦି ଦିଆ ଯାଇଥିଲା।ଏ ଜିନିଷ ପାଇଁ ସେମାନେ ଖୁସି ହୋଇଥିଲେ।କମିଟିର ଗୋଟିଏ କଥା ଥିଲା ବାଲା ଦିଅ ନ ଥିବା ବାଲା ନିଅ ।ଆଜିର ଏହି କାର୍ଯ୍ୟକ୍ରମରେ ଯେଉଁ ମାନେ ସହଯୋଗ କରିଥିଲେ ସେମାନେ ହେଲେ ପଦ୍ମାକର ଗୁରୁ, ସନ୍ତୋଷ କୁମାର ବେଉରିଆ, ଆଡଭୋକେଟ୍ ଅମ୍ବିକା ପ୍ରସାଦ ସାମଲ, ଶିଶିର ଦାସ, ଶଙ୍କର୍ଷଣ ଦାଶ, ପ୍ରଫୁଲ୍ଲ ମହାକୁଡ଼, ରମେଶ ସାମଲ, ନାରାୟଣ ପଣ୍ଡା, ନରେନ୍ଦ୍ର ସାମଲ,ପ୍ରଶାନ୍ତ ଦାଶ, ସୁବାସ ଜେନା, ସନ୍ତୋଷ ରାଉତ ପ୍ରମୁଖ ସହଯୋଗ କରିଥିଲେ।




