କୁଟୁରାଚୁଆଁ କନିଷ୍ଠ କଲେଜ ରେ ଗଙ୍ଗାଧର ମେହେର ଜୟନ୍ତୀ

କୁଚିଣ୍ଡା ୨୨/୮ କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜ ରେ ଶନିବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଅଛି। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ କବି ମେହେର ଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ଜଳନ କରି ପୁଷ୍ପ ଅର୍ପଣ କରିବା ପରେ ଛାତ୍ରୀମାନେ ମେହେର ଙ୍କ କବିତା ଗାନ କରିଥିଲେ। ଏହି ଅବସର ରେ ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ସାହିତିକ୍ୟ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ମେହେର ସାହିତ୍ୟ ଓ ତାଙ୍କର କବିତା ବିଷୟରେ ଆଲୋକପାତ କରିଥିବା ବେଲେ କଲ୍ଲେଇପାଲି ସ୍ଥିତ ଆର ଜି ଏମ ଟି ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ର ଓଡିଆ ଅଧ୍ୟାପକ ସୁବୋଧ କୁମାର ସାହୁ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ କାବ୍ୟ ଇନ୍ଦୁମତୀ,ଅର୍ଘଥାଳୀ ବିଷୟରେ ଉଦବୋଧନ ଦେଇଥିଲେ। । କୁଲେଇଗଡ ହାଇସ୍କୁଳ ର ପ୍ରଧାନ ଶିକ୍ଷକ ଶୁଶିଳ କୁମାର ମହାକୁଲ ଓ ପରିଚାଳନା ସମିତି ର ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ କବି ମେହେର ଙ୍କ କବିତା ବିଷୟରେ ଆଲୋକପାତ କରିଥିଲେ। ସେହିପରି କଲେଜ ର ଛାତ୍ରୀମାନେ ମଧ୍ୟ କବି ମେହେର କବିତା ଓ ସାହିତ୍ୟ ବିଷୟରେ ଅଭିଭାଷଣ ଦେଇଥିଲେ। କଲେଜ ର ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିଥିବା ବେଲେ ଅଧ୍ୟାପକ ସତ୍ୟନାରାରଣ ପଟେଲ ଅତିଥୀ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଭାବନା ପାଣ୍ଡେ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଲେ ଅଧ୍ୟାପକ ସୁଧୀର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପରିବେଷବିତ ରବିନ୍ଦ୍ର ଦାଶ ଙ୍କ ନେତୃତ୍ବ ରେ ବିଦ୍ୟାଳୟ ରେ ବୃକ୍ଷରୋପଣ କରାଯାଇଥିଲା।

ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।



