ସମୟ ଭିତରେ ସେବା ନମିଳିଲେ ମିଳିବ ତଣ୍ଡ
ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଦରମାରୁ କଟିବ ଦିନକୁ ୨୫୦ଟଙ୍କା
କାରଣ ନଦର୍ଶାଇଲେ ସର୍ବାଧିକ ୫ହଜାର ଟଙ୍କା ଦେବାକୁ ପଡ଼ିବ
ସାଧାରଣ ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ କଡ଼ା ଚେତାବନୀ
ଅଧିକ ପାରଦର୍ଶି ଓ ଉତରାଦାୟୀ କରିବାକୁ ଲାଗୁ ହୋଇଛି ଅଟୋ – ଅପିଲ ସିଷ୍ଟମ
ତାଳଚେର, ୨୬/୦୮ ସରକାର ଲୋକଙ୍କ ହିତ ଉଦ୍ଦେଶ୍ୟରେ ବାରମ୍ବାର ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ତାଗିଦ କରିବା ସହ ବିଭିନ୍ନ ଯୋଜନା ମଧ୍ୟ କରିଚାଲିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଲୋକ ହଇରାଣ ହରକତ ନହେବାକୁ ଭିନ୍ନଭିନ୍ନ ସମୟରେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଉପରେ ଦୋଷାରୋପ କରୁଥିଲେ ମଧ୍ୟ ଏଥିରେ କୌଣସି ସୁଧାର ଆସି ପାରୁନଥିଲା । ବର୍ତମାନ ସାଧାରଣ ଜନତାଙ୍କୁ ନିର୍ଦ୍ଦିଷ୍ଟ କାମ ପାଇଁ ବାରମ୍ବାର ହଇରାଣ କରିବାକୁ ଦିଆଯିବ ନାହିଁ । ନିର୍ଦ୍ଦିଷ୍ଟ ସେବା ପାଇଁ ଧାର୍ଯ୍ୟ କରାଯାଇଥିବା ସମୟରେ ସେବା ଯୋଗାଇବାକୁ ପଡ଼ିବ ନଚେତ୍ ତଣ୍ଡ ଗଣିବେ ବିଳମ୍ବ କରିଥିବା ସମ୍ପୃକ୍ତ ଅଧିକାରୀ । ସମ୍ପୃକ୍ତ ଅଧିକାରୀଙ୍କ ଦରମାରୁ ଦିନକୁ କଟିବ ୨୫୦ଟଙ୍କା । ଏପରିକି, ବିଳମ୍ବ ନେଇ ପର୍ଯ୍ୟାପ୍ତ କାରଣ ନଦେଖାଇ ପାରିଲେ ୫ହଜାର ଟଙ୍କା ପର୍ଯ୍ୟନ୍ତ ଦରମାରୁ କଟାଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ କଡ଼ା ଚେତବନୀ ଦିଆଯାଇଛି । ଏନେଇ ବିଭାଗୀୟ ପ୍ରମୁଖ ସଚିବ ସୁରେଶ କୁମାର ବସିଷ୍ଟ ରାଜ୍ୟର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ କମିଶନ ତଥା ସଚିବକୁ ଚିଠି କରିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶା ଜନସେବା ଅଧିକାର ଆଇନ୍ ୨୦୧୨ ଅଧିନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶି ଓ ଉତରଦାୟୀ କରାଯିବ । ସେଥିପାଇଁ ଲାଗୁ ହୋଇଛି ଅଟୋ – ଅପିଲ୍ ସିଷ୍ଟମ । ଏହି ବ୍ୟବସ୍ଥାର ସୁରପରିଚାଳନା ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଆଣିଛି ଗାଇଡ଼ ଲାଇନ୍ ବା ଷ୍ଟାଣ୍ଡିଙ୍ଗ ଅପରେଟିଙ୍ଗ ପ୍ରୋସିଡ଼ଓର (ଏସଅପି) ତେବେ ସେବାରେ ଖିଲାପ ହେଲେ କି ବିଳମ୍ବ ହେଲେ ଆପେ ଆପେ ହେବ ଅପିଲ୍ ଆଉ ଦାୟୀ ରହିବେ ସମ୍ପୃକ୍ତ ଅଧିକାରୀ । ତେବେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ହେଁ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ କେବଳ ବାକି ରହିଲା । ପ୍ରକାଶ ଥାଉକି, ତାଳଚେର ତହସିଲ ଓ ସରକାରୀ ଦପ୍ତର ଗୁଡ଼ିକରେ ଆହେତୁକ ବିଳମ୍ବ ହେଉଥିବାରୁ ଦୂରଦୂରାନ୍ତରୁ ଖର୍ଚ୍ଚାନ୍ତ ହୋଇ ଆସୁଥିବା ଗରୀବଶ୍ରେଣୀର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ହେଁ ଏହାକୁ ନେଇ କାହାର ହେଲେ ତିଳେ ମାତ୍ର ଅନୁସୂଚନା ନଥିବା କାର୍ଯ୍ୟାଳୟ ଦପ୍ତରକୁ ଆସୁଥିବା ପ୍ରଜାମାନେ ଏହା ପ୍ରାୟ ସମୟରେ ଅଭିଯୋଗ କରିଥାନ୍ତି । ତେଣୁ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଲୋକେ ସୁଫଳ ପାଇବା ସହ କାର୍ଯ୍ୟାଳୟ ଗୁଡ଼ିକରେ ଆଉ ଭିଡ଼ ଜମିବ ନାହିଁ ବୋଲି ଏହାକୁ ନେଇ ଏବେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ହୋଇଛି ।

August 26, 2026/
No Comments


