ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ
ତାଳଚେର, ୨୬/୦୮ ତାଳଚେର ଜଳବାୟୁ ଦିନକୁ ଦିନ ବିଗୁଡ଼ିଥିବାରୁ ପରିସ୍ଥିତି ଏବେ ଜଟିଳ ଆଡ଼କୁ ଗତି କରୁଥିବା ପରିବେଶବିତ୍ ମାନେ ମତପୋଷଣ କରୁଛନ୍ତି । କାରଣ କଳକାରଖାନା ଖଣି ପାଇଁ ତାଳଚେର ଅଂଚଳରେ ହଜାର ହଜାର ହେକ୍ଟର ଜଙ୍ଗଲଜମିକୁ କାଟି ପଦା କରିଦେଉଥିବାରୁ ଏପରି ଅବସ୍ଥା ଦେଖା ଦେଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ଆସ୍ଥା ମହିଳାମଣ୍ଡଳ ଏମସିଏଲ ଆନୁକୂଳ୍ୟରେ ନରହରିପୁର ସରକାରୀ ପ୍ରକଳ୍ପ ଉଚ୍ଚପ୍ରାଥିମକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆସ୍ଥା ମହିଳା ମଣ୍ଡଳ ସଭାପତି ଇପାଲି ଅପରାଜିତା ଦାସ, ସମ୍ପାଦିକା ସଙ୍ଗୀତା ଶ୍ରୀତମ, ରୁନା ଦେଓ, ରୂପାଲି ପରିଡ଼ା, ଗିତାଞ୍ଜଳୀ ବେହେରା, ସସ୍ମିତା ନାଥ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଗହଣରେ ବୃକ୍ଷରୋପଣ କରିବା ସହ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଖାତା, ପେନସିଲ ବକ୍ସ, ସ୍ନାକ୍ସ ଇତ୍ୟାଦି ପ୍ରଦାନ କରିଥିଲେ । ଶ୍ରୀମତୀ ଦାସ ଓ ଶ୍ରୀମତୀ ଦେଓ ବୃକ୍ଷର ଯତ୍ନ ଓ ଉପକାରୀତା ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସଙ୍ଗୀତା ଦାସ ବୃକ୍ଷ ହିଁ ଜୀବନ ଓ ବୃକ୍ଷ ମଣିଷକୁ କିପରି ରକ୍ଷା କରିଥାଏ ତା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରମୋଦ ସାମନ୍ତରାଓ, ଗିତାରାଣୀ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ ।

August 26, 2026/
No Comments


