ଜୟଗୋପାଳ ମଠରେ ଝୁଲଣ ପର୍ବ ଉଦଯାପିତ
ଢେଙ୍କାନାଳ, ୨୮/୮: ଢେଙ୍କାନାଳ ଟାଉନ୍ ଜୟଗୋପାଳଜୀଉ ମଠରେ ଝୁଲଣ ପର୍ବ ଗତ ରବିବାର ଠାରୁ ଆରମ୍ଭ ହୋଇ ଆଜି ୨୮ ତାରିଖ ଶୁକ୍ରବାର ଗହ୍ମା ପୂର୍ଣ୍ଣିମା ଦିନ ଉଦଯାପିତ ହୋଇଯାଇଛି। ଦିର୍ଘ ୬ଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେହ ସଂଧ୍ୟା ୭ ଘଟିକା ସମୟରେ ରାଧାକୃଷ୍ଣଙ୍କୁ ଝୁଲଣ ମଣ୍ଡପକୁ ବିଜେ ପରେ ଆଳତୀ, ପୂଜାପାଠ ହୋଇ ବିଭିନ୍ନ ଭୋଗ, ଫଳ, ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ କରାଯିବ । ୨୮ ତାରିଖରେ ମହୋତ୍ସବ ଅନୁଷ୍ଠିତ ହେବା ସହିତ ଭକ୍ତମାନଙ୍କ ପାଇଁ ଭୋଗ, ଫଳ ଓ ମିଷ୍ଟାନ୍ନ ବ୍ୟବସ୍ଥା କରାଯାଇଥିଲା । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପୂଜକ ସନ୍ତୋଷ କୁମାର ଦେବତା ପୂଜାକାର୍ଯ୍ୟ ପରିଚାଳନା କରୁଥିବାବେଳେ ସଭାପତି ଗୁପ୍ତେଶ୍ୱର ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ତତ୍ବାବଧାନ କରିଥିଲେ । ପ୍ରତ୍ୟେକ ଦିନ ସନ୍ତୋଷ ସେଠୀ, ଶ୍ରୀକାନ୍ତ ସେଠୀ, ଗଣେଶ୍ୱର ବେହେରା, ଶ୍ରୀମତୀ ସୁଚିତ୍ରା ଓଝା ପ୍ରମୁଖ କୀର୍ତନ ମଣ୍ଡଳୀଙ୍କ ଦ୍ବାରା କୀର୍ତନ ପରିବେଷଣ କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ ଅଂଚଳବାସୀ ସହଯୋଗ କରିଥିଲେ ।



