ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ସହ କୃତି ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଅନୁଗୋଳ,୨୮.୦୮ : ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଜାତୀୟ କ୍ରୀଡ଼ା ଦିବସ ସମାରୋହର ଦ୍ୱିତୀୟ ଦିବସରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ହକିର ମହାନ୍ ତାରକା ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଗକୁ ଅଗ୍ରସର ହୋଇ ଜିଲ୍ଲା ତଥା ଦେଶରେ ନାମ କରିବାକୁ ସେ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ଅଧିକାରୀ ପୂଜା ୟାଦବ, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଡ. ଗୌର ଗୋବିନ୍ଦ ସାମନ୍ତ, ବରିଷ୍ଠ ସଦସ୍ୟ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଶ୍ରୀ ରୁଚିର କୁମାର ଦାସ, ଜିଲ୍ଲା କ୍ରିକେଟ ସଂଘ ସେକ୍ରେଟାରୀ ଶ୍ରୀ ସାଗର ମିଶ୍ର, ଶ୍ରୀ ପ୍ରଦୀପ ଦେବତା ଏବଂ ଜିଲ୍ଲା ୱୁଶୁ ଆସୋସିଏସନ୍ର ସମ୍ପାଦକ ଶ୍ରୀ ସୁଶାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଜିଲ୍ଲାର ହକି, ଖୋ-ଖୋ, ବ୍ୟାଡମିଣ୍ଟନ୍ ଓ ଅନ୍ୟାନ୍ୟ କ୍ରୀଡ଼ାର ଖେଳାଳିମାନେ ନିଜ ନିଜ କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ଅପରାହ୍ନରେ ହୋଇଥିବା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଭାମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବାବୁଲ ପ୍ରସାଦ ମହାନ୍ତି, ବ୍ୟାଡମିଣ୍ଟନ୍ କୋଚ୍ ଶ୍ରୀ ବିଶ୍ୱଜିତ୍ ଦାସ, ଶ୍ରୀ ଅରୁଣ ନାଏକ, ଶ୍ରୀ ବିନୋଦ ନାଏକ, ଅନ୍ତର୍ଜାତୀୟ ୱୁଶୁ ଖେଳାଳି ଶ୍ରୀ ବାବୁଲ ମୁଣ୍ଡା, ଶ୍ରୀ ଚିତ୍ତରଞ୍ଜନ ମହନ୍ତ ଓ ଶ୍ରୀ ଦୋଳଗୋବିନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ‘ମେରା ଯୁବା ଭାରତ’ର ଅତିରିକ୍ତ ଜିଲ୍ଲା ସଂଯୋଜକ ଶ୍ରୀ ତପନ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




