ତାଳଚେର ନିତ୍ୟାନନ୍ଦ ଆଶ୍ରମରେ ଝୁଲଣ ଯାତ୍ରା
ତାଳଚେର ତା ୨୯/୦୮ ତାଳଚେର ଟାଉନ ସ୍ଥିତ ଶ୍ରୀ ଶ୍ରୀ ପ୍ରଭୂ ନିତ୍ୟାନନ୍ଦଙ୍କ ଆଶ୍ରମରେ ପ୍ରସିଦ୍ଧ ଝୁଲଣଯାତ୍ରାର ଅନୁଷ୍ଠିତ ହୋଇଯାଇଛି । ୭ଦିନବ୍ୟାପି ଅନୁଷ୍ଠିତ ହେବ ଏହି ବର୍ଷାକାଳୀନ ରାହାସ ଉତ୍ସବ । ମଠ, ମନ୍ଦିର ଝୁଲଣକୁଞ୍ଜରେ ଝୁଲୁଛନ୍ତି ଦେବାଦେବୀ । ଶ୍ରୀ ଝୁଲଣରେ ବିଜେ ହୋଇଛନ୍ତି ମଦନମୋହନ, ଲକ୍ଷ୍ମୀ ଓ ସରସ୍ୱତୀ । ମଠରରେ ସୁସଜ୍ଜିତ ଝୁଲଣକୁଞ୍ଜରେ ରାଧାକୃଷ୍ଣ ଓ ଶ୍ରୀ ରଘୁନାଥ ଜିଉ । କୁଞ୍ଜ କାନନର ପଶୁପକ୍ଷୀର କଳେବର ମଧ୍ୟରେ ଠାକୁର ଝୁଲୁଛନ୍ତି ଓ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମୁଛି । ସନ୍ଧ୍ୟାରେ ସମୟରେ ମୁଖ୍ୟତଃ ଝୁଲଣ ଦେଖିବାକୁ ଦର୍ଶନାର୍ôଥଙ୍କ ଭିଡ଼ ଲାଗୁଛି । ଆଜି ଠାରୁ ଝୁଲଣଯାତ୍ରାର ସ୍ୱତନ୍ତ୍ର ବିଧିବିଧାନ ଆରମ୍ଭ ହୋଇଛି । ଠାକୁରଙ୍କ ମଧ୍ୟାହ୍ନ ଧୂପପରେ ମଇଲମ କରାଯାଇ ଭୂଦେବୀ ଓ ଶ୍ରୀ ଦେବୀ ଦକ୍ଷିଣଘର ଖଟଶେଯ ଉପରେ ବିଜେ ହୋଇଥିଲେ । ମହାପ୍ରଭୂ ଆଜ୍ଞାମାଳ ପାଇଲା ପରେ ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଶ୍ରୀ ମଦନମୋହନ ରାତି ୮ଘଟିକାରେ ମୁକ୍ତି ମଣ୍ଡପ ଝୁଲଣ କୁଞ୍ଜକୁ ବିଜେ କରିଥିଲେ । ସ୍ୱତନ୍ତ୍ର ନୀତି ସହ ଭୋଗ ଓ ବିଡ଼ିଆ ମଣୋହୀ କରାଯାଇଥିଲା । ଏହାପରେ ନିଜ ନିଜ ଆସ୍ଥାନକୁ ବାହୁଡ଼ିଥିଲେ ଠାକୁରେ । ମୁକ୍ତି ମଣ୍ଡପରେ ଝୁଲଣ ସାଜ୍ଜସାଜ୍ଜା ଦେଖି ଭକ୍ତମାନେ ଆନନ୍ଦ ଭୋଗ କରିଥିଲେ । ଏହି ଯାତ୍ରାରେ ଆଶ୍ରମ ସେବକ ଗୋଲଖଚନ୍ଦ୍ର ଆଚାର୍ଯ୍ୟ, ବାବା ଆନନ୍ଦ ଗୋପାଳ ଦାସ ପୂଜାକାନ୍ତିରେ ଉପସ୍ଥିତ ରହିଥିବା ବେଳେ ଜିତୁ ଶତପଥୀ, ଅକ୍ଷୟ ମହାରଣା, ଦେବେନ୍ଦ୍ର ସାହୁ, କୁମାର ରମେଶ, ଟୁଟୁ, ଅକେ, ପିଙ୍କୁ, ଶିବା ଓ ଅନ୍ୟଭକ୍ତମାନେ ଉପସ୍ଥିତ ଥିଲେ ।

August 29, 2026/
No Comments


