ରାଧାମୋହନ ଗଡ଼ନାୟକ ଜୟନ୍ତୀ
ଛନ୍ଦ କାବ୍ୟର ଅନନ୍ୟ ବିନ୍ଧାଣୀ ଥିଲେ ରାଧାମୋହନ
ତାଳଚେର, ୨୯/୦୮ ତାଳଚେରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ନବୋଦୟ ସାହିତ୍ୟର ପରିଭାଷା ପରିବାର ପକ୍ଷରୁ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଭାସୀ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ଡ. ପ୍ରଶାନ୍ତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଶିକ୍ଷା ପରିଷଦର ପ୍ରାକ୍ତନ ସଭାପତି ଡ. ଧରଣୀଧର ନାଥ ଓ ମୁଖ୍ୟ ବକ୍ତା ଭାବରେ ସୁସାହିତ୍ୟିକ ତଥା କିଶୋରନଗର ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର ଦଧିବାମନ ପ୍ରଧାନ ଯୋଗ ଦେଇ ଛନ୍ଦ କାବ୍ୟର ଅନନ୍ୟ ବିନ୍ଧାଣୀ ଥିଲେ ପଦ୍ମଶ୍ମୀ ରାଧାମୋହନ ଗଡ଼ନାୟକ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦିକା ଦୀପ୍ତିରାଣୀ ସିଂହ ରାଧାମୋହନ ଗଡ଼ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶିକ୍ଷାବିତ୍ ଲତିକା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ କବିତା ପାଠୋତ୍ସବର ସଂଯୋଜନା କରିଥିଲେ । ବରିଷ୍ଠ କବୟତ୍ରୀ ନଳିନୀ ମଞ୍ଜରୀ ଦାଶ, ଗାୟତ୍ରୀ ସିଂହ, ଜଗନ୍ନାଥ ନାୟକ, ଅନିତା ପାଣି, ଡ. କଳ୍ପନା ବୋଇତି, ରାହୁଲ ମହାନ୍ତି, ଜିତେନ୍ଦ୍ର ମହାପାତ୍ର, ବିଭୂତି ଭୂଷଣ ସ୍ୱାଇଁ, ଗୋଲାପ ନନ୍ଦ, ହରପ୍ରିୟା ସାମଲ, ନଟବର ପ୍ରଧାନ, ପ୍ରଭାସିନୀ ମିଶ୍ର, ଗୀତାମୟୀ ମହାପାତ୍ର, ହରିହର ଭୁକ୍ତା, ସତ୍ୟବାଦୀ ସାହୁ, ବିଜୟାଲକ୍ଷ୍ମୀ ତରାଇ, ସ୍ୱାତୀ ନନ୍ଦୀ, ଲତିକା ମହାପାତ୍ର, ରମେଶ ପଶାଏତ, ଡ. ପ୍ରଶାନ୍ତ ରଥ, ଦୀପ୍ତିରାଣୀ ସିଂହ ପ୍ରମୁଖ ତିରିଶିରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ ରାଧାମୋହନ ଗଡ଼ନାୟକଙ୍କ ଉପରେ ଲିଖିତ ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ସଭାପତି ଡ. ରଥ କବିତାଗୁଡ଼ିକ ସମୀକ୍ଷା କରିଥିଲେ । ସଂପାଦିକା ଦୀପ୍ତିରାଣୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

August 29, 2026/
No Comments


