ଢେଙ୍କାନାଳ ପୌର ପଳିକା ପକ୍ଷରୁ ୭୫ତମ ନିଖିଳ ଭାରତ ସ୍ୱୟତ୍ତ ଶାସନ ଦିବସ ରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ
୭୫ତମ ନିଖିଳ ଭାରତ ସ୍ୱୟତ୍ତ ଶାସନ ଦିବସକୁ ନେଇ ଚଳଚଞ୍ଚଳ ହୋଇଉଠିଥିଲା ଢେଙ୍କାନାଳ ସହର।
ଏହି ଅବସରରେ ଢେଙ୍କାନାଳ ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତିରଞ୍ଜନ ସେଠୀ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପନଗରପାଳ ପ୍ରକାଶ କୁଁଅର୍, ପୌର ନିର୍ବାହୀ ଅଧିକାରୀ ଅଶ୍ୱନି କୁମାର ଦାସ ଙ୍କ ସମେତ ସମସ୍ତ କାଉନସିଲର ଏବଂ ପୌର କର୍ମଚାରୀ ଉପସ୍ଥିତ ଥିଲେ।
ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କ ଅବଦାନ ଓ ସ୍ମୃତିକୁ ସମ୍ମାନ ଜଣାଇଥିଲେ ପୌରପାଳିକାର ଅଧିକାରୀ, ଜନପ୍ରତିନିଧି ଓ କର୍ମଚାରୀ।
ସ୍ୱୟତ୍ତ ଶାସନ ଦିବସ ଅବସରରେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଢେଙ୍କାନାଳ ପୌରପାଳିକା ପକ୍ଷରୁ ବରପୁତ୍ରଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଯାଇଛି।



