ତାଳଚେରରେ ବିଭତ୍ସ ହତ୍ୟାକାଣ୍ଡ
ଛୁରାମାଡ଼ରେ ଜଣେ ମୃତ, ଜଣେ ଗୁରୁତର
଼ତାଳଚେର, ୩୧/୦୮ ତାଳଚେର ଅଂଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଥିବା ଜଣାପଡ଼ିଛି । ଦୁଇ ସାଙ୍ଗଙ୍କ ମଧ୍ୟରେ କୌଣସି ବଚସାକୁ ନେଇ ଛୁରାମାଡ଼ ହୋଇଥିବା ଘଟଣା ଅଂଚଳରେ ଚହଳ ପକାଇ ଦେଇଛି । ଏହି ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାମୂତାବକ, ତାଳଚେର କୋଲିୟରୀ ଥାନା ଅଧିନସ୍ଥ ଗଣେଶ ବିହାର ଅଂଚଳରେ ଭଡ଼ା ଘରେ ରହୁଥିବା ଦୁଇସାଙ୍ଗ ହେମନ୍ତ ମହାରଣା ଓ କାହ୍ନୁଚରଣ ଜେନାଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା ଓ ପରେ ଏହା ଉଗ୍ରରୂପ ଧାରଣ କରି ଛୁରାମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଉଭୟ ରେଲୱେ କର୍ମଚାରୀ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏପରି ବିଭତ୍ସ କାଣ୍ଡ କାହିଁକି ଓ କିପରି ଘଟିଲା ତାହା ସନ୍ଦେହ ପ୍ରକଟ କରୁଛି । ଖବରପାଇ ତାଳଚେର କୋଲିୟରୀ ଥାନା ପୋଲିସ୍ ଘଟଣା ସ୍ଥଳରେ ପଂହଚିବା ସହ ଘରର କବାଟ ଭାଙ୍ଗି ଗୁରୁତର ଆହାତ କାହ୍ନୁଚରଣ ଜେନାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତି କରିଛି । ତେବେ ଦୁଇ ଜଣଙ୍କ ମଧ୍ୟରେ କାହିଁକି ଛୁରାମାଡ଼ ଭଳି ଅଭାବନୀୟ ଘଟଣା ଘଟିଲା ସେମ୍ପର୍କରେ ପୋଲିସ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିଦେଇଛି ଏବଂ ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ ।



