ଢେଙ୍କାନାଳ ମ୍ୟୁଜିକା ସାଂସ୍କୃତିକ ପରିବାର ପକ୍ଷରୁ ସ୍ୱର୍ଗତ ଗଗନ ବିହାରୀ ନନ୍ଦଙ୍କ ସ୍ମୃତିରେ “ରକ୍ଷା ବନ୍ଧନ ଓ ଗଗନ ଭାଇନା” ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଢେଙ୍କାନାଳ: ତା.30.୦୮.୨୦୨୬ ରିଖ: ଢେଙ୍କାନାଳ ମ୍ୟୁଜିକା ସାଂସ୍କୃତିକ ପରିବାର ପକ୍ଷରୁ ମ୍ୟୁଜିକାର ପୂର୍ବତନ ସଭାପତି ସ୍ୱର୍ଗତ ଗଗନ ବିହାରୀ ନନ୍ଦଙ୍କ ସ୍ମୃତିରେ “ରକ୍ଷା ବନ୍ଧନ ଓ ଗଗନ ଭାଇନା” ଶୀର୍ଷକ ଏକ କାର୍ଯ୍ୟକ୍ରମ ଢେଙ୍କାନାଳସ୍ଥ ଚାମ୍ବର ଅଫ କମର୍ସ
ସଭାଗୃହରେ ସକାଳ 10 ଘଟିକା ସମୟରେ ମାନସ ରଞ୍ଜନ ମହାପାତ୍ର ଙ୍କ ବଳିଷ୍ଟ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାଇଅଛି । ମ୍ୟୁଜିକାର ମୁଖ୍ୟ ନିର୍ଦ୍ଦେଶକ ଜ୍ଞାନ ରଞ୍ଜନ ନନ୍ଦଙ୍କ ସଭାପତିତ୍ୱରେ ବିଶିଷ୍ଟ ନାଟ୍ୟକାର ଦିଲ୍ଲେଶ୍ୱର ମହାରଣା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ୱର୍ଗତ ଗଗନ ବିହାରୀ ନନ୍ଦଙ୍କ କଳା ସାହିତ୍ୟ ଓ ସଂଗୀତ ପ୍ରତି ଅବଦାନ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବରେ କଥା ବାଚକ ପ୍ରତାପ କିଶୋର ନନ୍ଦ ଯୋଗଦାନ କରି ଗଗନ ବିହାରୀ ନନ୍ଦଙ୍କ ସରଳ ଜୀବନ, ଅସାଧାରଣ ପ୍ରତିଭା, ମାନବିକତା ଏବଂ ଅନ୍ତରଙ୍ଗତା ସମ୍ବଦ୍ଧିୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ଶରତ କୁମାର ମିଶ୍ର ଓ ଆଇନଜୀବି ସତ୍ୟପ୍ରିୟ ଶରଣ ସ୍ୱର୍ଗତ ଗଗନ ବିହାରୀ ନନ୍ଦଙ୍କର ସଂସ୍କୃତି ସମ୍ପର୍ଣ୍ଣ ଜୀବନ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ମାନସ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ବୈକୁଣ୍ଠ ନାଥ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । କବି ସୁଶୀଳ କୁମାର ନନ୍ଦ ମଞ୍ଚସଞ୍ଚାଳନା କରିଥିଲେ । କବୟତ୍ରୀ ସଞ୍ଜୁକ୍ତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠ ଅବସରରେ ସୁଶ୍ରୀ ନିବେଦିତା ରଥ ଓ ସିପୁନ ଜେନାଙ୍କ ସଂଯୋଜନାରେ ପ୍ରାୟ ୪୦ ଜଣ କବି ଗୀତ ଓ କବିତା ମାଧ୍ୟମରେ ସ୍ୱର୍ଗତ ଗଗନ ବିହାରୀ ନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ l



