ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂଜନ ଓ ପ୍ରତଭା ସମ୍ମାନ ଉତ୍ସବ ପାଳନ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ।।
ତାଳଚେର ୩୧/୮ ତାଳଚେର ର ଅଗ୍ରଣୀ ସ୍ବେଚ୍ଛାସେବୀ ସାଂସ୍କୃତିକ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ପକ୍ଷରୁ ଆଜି ଦେଉଳବେଡ଼ା ସ୍ଥିତ ମହେଶ ସାହୁ ଙ୍କ କାର୍ଯ୍ୟାଳୟ ଠାରେ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ଉପେନ୍ଦ୍ର ପରିଡା ଅଧ୍ୟକ୍ଷତା କରୁଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ମହେଶ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ର ଆଗାମୀ ସେପ୍ଟେମ୍ବର ମାସ ୫ତାରିଖ ଗୁରୁଦିବସ ଅବସରରେ ଗୁରୁ ପୁଜନ ଓ ପ୍ରତିଭା ସମ୍ମାନ ଉତ୍ସଵ କୁ ଆଡମ୍ବର ର ସହିତ ପାଳନ କରାଯିବ ଏଵଂ ଏହି ଅନୁଷ୍ଠାନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରି ଅଞ୍ଚଳ ର ପ୍ରତିଭା ବାନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ସମ୍ମାନୀତ କରାଯିବ ବୋଲି ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥଲେ। ଏହି ଅନୁଷ୍ଠାନ ଦୀର୍ଘ ୨୪ବର୍ଷରେ ପଦାର୍ପଣ କରି ନିଜର କାର୍ଯ୍ୟକ୍ରମ କୁ ସୂଚାରୁ ରୁପେ ସମ୍ପାଦନ କରି ଦିନକୁ ଦିନ ଏହାର ଅଧିକ ଗୁରୁତ୍ବ ବଢ଼ୁ ଥିବାରୁ ଏହାର ସମସ୍ତ ଶ୍ରେୟ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ଦେଇଥିଲେ। ଏଵଂ ଚଳିତ ବର୍ଷ ମଧ୍ଯ ପୁର୍ବ ବର୍ଷ ମାନଙ୍କ ପରି ଅବସରପ୍ରାପ୍ତ ଶିକ୍ଷାଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଅଞ୍ଚଳ ର ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ଯ ସମ୍ବର୍ଦ୍ଧନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ମାଟ୍ରିକ ଓ ଉଚ୍ଚ ଶିକ୍ଷା ରେ ଅଧିକ ନମ୍ବର ରଖି ପାସ କରିଥିବା ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ଉଚ୍ଚ ମାନର ଶିକ୍ଷା ଲାଭ ପାଇଁ ସଫଳତା ଅର୍ଜନ କରିଥିବା ପ୍ରତିଭା ସମ୍ପନ୍ନ ଛାତ୍ର ଛାତ୍ରୀ ଓ ବ୍ୟକ୍ତି ବିଶେଷ ମାନଙ୍କୁ ଏହି ଅନୁଷ୍ଠାନ ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲାରେ ସମ୍ବର୍ଦ୍ଧନା ଓ ପୂଜ୍ୟପୂଜା କୁ ସମ୍ମାନ ଦେଇ ତାର କାର୍ଯ୍ୟକ୍ରମ ଜାରି ରଖିଛି ବୋଲି ଶ୍ରୀ ସାହୁ ଖୁସିବ୍ୟକ୍ତ କରିଥିଲେ। ତେବେ ଏହି ଉତ୍ସବ ସେପ୍ଟେମ୍ବର ମାସ,୫ ତାରିଖ ରେ ପାଳନ ପାଇଁ ଆଉ ମାତ୍ର ଅଳ୍ପ ଦିନ ଥିବାରୁ କିପରି ଖୁବ୍ ଶୀଘ୍ର ସମସ୍ତ କାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଥିବା ସଦସ୍ୟ ମାନେ ତତ୍ପରତା ପ୍ରକାଶ କରନ୍ତୁ ବୋଲି ପୂର୍ବତନ ସାଂସଦ ଶ୍ରୀ ସାହୁ କହିଥିଲେ।ଅନୁଷ୍ଠାନ ର ଅନ୍ୟତମ କର୍ମକର୍ତା ଅବସରପ୍ରାପ୍ତ କଲେଜ ଅଧକ୍ଷ ବିନୟ କୁମାର ଖିଲାର, ସରୋଜ କୁମାର ପ୍ରଧାନ, ହରେକୃଷ୍ଣ ପାତ୍ର, ପ୍ରେସ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷା ସୋଭାଗିନି ଦେବୀ, ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ତିତାରାଣି ଦାସ , ନିର୍ମଳ ତ୍ରୀପାଠୀ, ନିର୍ମଳ ସାହୁ, ଶ୍ରମିକ ନେତା ସୁବାଷ ସାହୁ, ଚୈତନ୍ୟ ପ୍ରଧାନ, ଜର୍ମାନୀ ଭୂତିଆ, କୋଷାଧ୍ୟକ୍ଷ ସଞ୍ଜୟ ସାହୁ ପ୍ରମୁଖ ମଞ୍ଚାଷିନ ହୋଇ ବହୁ ଉପାଦେୟ ପ୍ରସ୍ତାବ ଦେଇଥିଲେ। ଏଥିରେ ଅନୁଗୋଳ, କଣିହାଁ ଖମାର,ପାଲଲହଡ଼ା, ଢେ଼ଙ୍କାନାଳ, ପରଜଙ୍ଗ ଅଞ୍ଚଳରୁ ଶତାଧିକ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇ ନିଜର ସୂ ଚିନ୍ତିତ ମତାମତ ପ୍ରଦାନ କରିଥିଲେ।।



