ତାଳଚେର ବ୍ଲକରେ ମତ୍ସବିଭାଗ ହୋଇଗଲା କି ଉଭାନ
ଜନସାଧାରଣ ହନ୍ତସନ୍ତ : ଦୀର୍ଘ ୧୫ବର୍ଷ ହେବ ୪ପଦବୀ ପଡ଼ିଛି ଖାଲି
ତାଳଚେର, ୦୨/୦୯ ବହୁ ପୂରାତନ ତାଳଚେର ବ୍ଲକରେ ଏବେ ଖୋଜା ପଡ଼ିଛି ମତ୍ସବିଭାଗର ଅଧିକାରୀଙ୍କୁ । ଯାହାକୁ ପଚାରିଲେ କିଏ କୁହନ୍ତି କି କାର୍ଯ୍ୟାଳୟ ଏଠାରୁ ସ୍ଥାନନ୍ତରିତ ହୋଇଥିବା ଆଉ କିଏ କୁହନ୍ତୁ ଦିର୍ଘ ୨ଦଶନ୍ଧି ହେବ ଏହି ପଦବୀଟିକୁ ଏଠାରୁ ଉଠାଇ ଦିଆଯାଇଛି । ତେବେ ଏହା କେତେ ସତ କେତେ ମିଛ କେବଳ ବିଡ଼ିଓ ହିଁ କହିପାରିବେ, କିନ୍ତୁ ବିଡ଼ିଓଙ୍କ ମଧ୍ୟ ମିଳୁନି ଦେଖା, ତେବେ ପଚାରିବା କାହାକୁ କହିବ କିଏ! ସେହିପରି ତାଳଚେର ବ୍ଲକରେ ପିଏ, ପିଏସଓ ପଦବୀ, ଏକାଂଉଟ୍ ଅଫିସର, ନଥିବାରୁ ଦୀର୍ଘବର୍ଷ ହେବ ଏକ ରକମର ଅଚଳାବସ୍ଥା ସୃଷ୍ଟି କରିଛି ବୋଲି ଅଭିଯୋଗ ହେଉଛି । ତାଳଚେର ଅଂଚଳରେ ଏବେ ମାଛଚାଷୀମାନେ ସକ୍ରିୟ ହୋଇଥିବାରୁ ସେମାନଙ୍କର ସର୍ବିଶେଷ ତଥ୍ୟ, ଜ୍ଞାନ ଆହୋରଣ, ଲୋନ ସମ୍ବନ୍ଧୀୟ ପ୍ରଭୃତି ସମସ୍ୟା ଉପୁଜିଥିଲେ ମଧ୍ୟ ସେମାନେ କାହାକୁ କହିବେ ବୋଲି ଚିନ୍ତାରେ ପଡ଼ିଛନ୍ତି । ରାଜ୍ୟ ସରକାର ମତ୍ସଜୀବୀଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ତାଳଚେର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ମତ୍ସଚାଷୀ ନହାନ୍ତ ହେଉଥିଲେ ମଧ୍ୟ କାର୍ଯ୍ୟାଳୟର କିଛି ଅଧିକାରୀ ସେମାନଙ୍କୁ ଅନୁଗୋଳ ଅଫିସକୁ ଯାଇ ଏହି ସମ୍ବନ୍ଧରେ ବୁଝାବୁଝି କରିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଏଠାରେ ପ୍ରଶ୍ନଉଠେ, ତାଳଚେରରୁ ସର୍ବସ୍ୱ ରାଜ୍ୟ ଓ କେନ୍ଦ୍ର ସରକାର ରାଜସ୍ୱ ନେଉଥିଲେ ମଧ୍ୟ କାହିଁକି ତାଳଚେର ପାଇର୍ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସେହିଭଳି ଅନ୍ୟ ପଦାଧିକାରୀ ନଥିବାରୁ କାର୍ଯ୍ୟରେ ଆହେତୁକ ବିଳମ୍ବ ଘଟିବା ସହ ବ୍ଲକ କାର୍ଯ୍ୟ ଗୁଡ଼ିକ କିପରି ତ୍ୱରାନ୍ୱିତ ହେଉଛି ସ୍ପଷ୍ଟ ବାରିହେଉଛି । ତୁରନ୍ତ ଡ଼ବଲ ଇଞ୍ଜନି ସରକାର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

September 2, 2026/
No Comments


