ନୀଳକଣ୍ଠେଶ୍ଵର ମହାବିଦ୍ୟଳୟରେ ‘ଖେଳୋ ଇଣ୍ଡିଆ ଡ଼ାଇଲଗ ଯୁବ କ୍ରୀଡ଼ା’ କାର୍ଯ୍ୟକ୍ରମ
ତାଳଚେର, ୦୨/୦୯ ନୀଳକଣ୍ଠେଶ୍ଵର ଡ଼ିଗ୍ରୀ ମହାବିଦ୍ୟଳୟରେ ଏନ୍ଏସ୍ଏସ୍ ସହ-ୟୁନିଟ୍ ଆନୁକୂଲ୍ୟରେ ଗୁରୁବାର ‘ଖେଳୋ ଇଣ୍ଡିଆ ଡ଼ାଇଲଗ ଯୁବ କ୍ରୀଡ଼ା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଏନ୍ଏସ୍ଏସ୍ ଆଞ୍ଚଳିକ ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ଓଡ଼ିଶା ସରକାର, ମାଇ ଭାରତ ଏବଂ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଯୁବସମାଜକୁ ସମ୍ବୋଧିତ କରିଥିଲେ। ଦେଶର ପ୍ରଗତି ପାଇଁ ଫିଟନେସ୍, କ୍ରୀଡ଼ା ଶୃଙ୍ଖଳା ଓ କ୍ରୀଡ଼ା ସଂସ୍କୃତିକୁ ଜୀବନର ଅଂଶ କରିବାକୁ ସେ ଆହ୍ୱାନ ଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବଳଭଦ୍ର ଜେନା ସ୍ୱାଗତ ଭାଷଣ ଦେଇ ଯୁବପିଢ଼ିର ସର୍ବାଙ୍ଗୀନ ବିକାଶରେ ଶିକ୍ଷାସହ କ୍ରୀଡ଼ାର ଭୂମିକା ଉପରେ ମତ ରଖିଥିଲେ। ଜିଲ୍ଲା ଯୁବା ଅଧିକାରୀ ପୂଜା ଯାଦବ, ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡ଼ ମଧୁମିତା ରାଉତ ରାୟ ସହ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଉଷୁ କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟତା ସହିତ ଉଲେଖନୀୟ ସଫଳତା ପାଇଁ ସୁଶାନ୍ତ ନାଏକ ଏବଂ କରାଟେ ପାଇଁ ଦେବସ୍ମିତା ଦଳ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା I ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ଅଧ୍ୟାପକ , ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ I

September 2, 2026/
No Comments


