ତାଳଚେର ପୌରପରିଷଦରେ ଚାଲିଲା ରାସ୍ତା ସଫେଇ ଯାନ୍ତ୍ରୀକ ଗାଡ଼ି
ତାଳଚେର, ୦୨/୦୯ ରାଜ୍ୟର ଧୂଳିଧୂଆଁ ସହରଭାବେ ତାଳଚେର ଏକନମ୍ବର ସ୍ଥାନରେ ରହିଥିବା ବେଳେ ପୌରପରିଷଦ ପକ୍ଷରୁ ଏହାର ନିରାକରଣ ପାଇଁ ଅଂଟା ଭିଡ଼ିଛନ୍ତି । ଏହାର ଦାୟୀତ୍ୱ ନଗରପାଳ ନେଇ ଦୈନିକ ସଫେଇକୁ ଯୋରଦାର କରିଛନ୍ତି । ପ୍ରତିଦିନ ସଫେଇ କର୍ମଚାରୀଙ୍କ ଜରିଆରେ ଦୁଇଓଳି ରାସ୍ତା ସଫାକରିବା, ଡ଼୍ରେନ ସଫେଇ ଇତ୍ୟାଦି କାର୍ଯ୍ୟକୁ କାର୍ଯ୍ୟାଳୟ ପକ୍ଷରୁ ତ୍ୱରାନ୍ୱିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାସ୍ତାରୁ ଧୂଳି ହଟାଇବା ସହ ସଫେଇ କରିବାକୁ ଏକ ଯାନ୍ତ୍ରିକ ସଫେଇ ଗାଡ଼ି ରାଜ୍ୟ ସରକାର ‘ଜାଗୃତି ତାଳଚରେ’ ନାମରେ ଆଜି ଠାରୁ ଚାଲିବା ସହ ସଫେଇ ପାଇଁ ଆଉ ଏକ ପାଦଥାପି ସଫେଇ ଅଭିଯାନକୁ ସୁଦୃଢ଼ କରାଯାଇଛି । ଏହାକୁ ନଗରପାଳ ଶ୍ରୀ ଭୂତିଆ ସବୁଜ ପତାକା ଦେଖାଇ ଶୁଭଉଦଘାଟନ କରିଛନ୍ତି । ଜାଗୃତି ସଂସ୍ଥା ଦ୍ୱାରା ଏହି ଗାଡ଼ିଟି ପୌରପରିଷଦ ମୁଖ୍ୟରାସ୍ତାରେ ସଫେଇ କରିବି ସଫେଇ ଗାଡ଼ି । ଆଗକୁ ଗଣେଶପୂଜା ପାଳନ ପାଇଁ ସହର ଚଳଚଂଚଳ ଥିବା ବେଳେ ଏହି ସମୟରେ ଗାଡ଼ିଟି ସହର ସଫେଇ ଆରମ୍ଭ କରିଥିବାରୁ ସହରବାସୀ ଖୁସି ପ୍ରକଟ କରିଛନ୍ତି । ଏଥିପାଇଁ ନଗରପାଳ ଶ୍ରୀ ଭୂତିଆ ରାଜ୍ୟ ସରକାର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଢ଼େଙ୍କାନାଳ ସାଂସଦଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୌରପରିଷଦ କାଉନସିଲର ମାନେ ଉପସ୍ଥିତ ଥିଲେ ।

September 2, 2026/
No Comments


