ଭଟଲି ବ୍ଲକ୍ସ୍ତରୀୟ ଖେଳାଳି ଚୟନ ଶିବିର

ଭଟଲି : – ଭଟଲି ବ୍ଲକ୍ ଅନ୍ତର୍ଗତ କେଶାଇପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୧୭ ବର୍ଷ ଓ ୧୪ ବର୍ଷ ବାଳକ ବାଳିକା ବିଭାଗର ବ୍ଲକ୍ସ୍ତରୀୟ ବ୍ୟାଡମିଣ୍ଟନ, ଚେସ୍ ଓ ଯୋଗ ନିମନ୍ତେ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାରେ କମଗାଁ ହାଇସ୍କୁର ଶାରିରୀକ ଶିକ୍ଷା ଶିକ୍ଷକ ଗଣେଶ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ବଢ଼େଇ ଓ ମାଧବ ମେହେର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବର୍ତ୍ତମାନ ସମୟରେ କ୍ରୀଡ଼ାର ଆବଶ୍ୟକତା ଓ ମହତ୍ତ୍ବ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଭଟଲି ବ୍ଲକ୍ ସ୍କୁଲ ସ୍ପୋର୍ସ ଆସୋସିଏସନ୍ର ପୂର୍ବତନ ସମ୍ପାଦକ ଗର୍ଜନ ସା ଏବଂ ସମ୍ପାଦକ ମୀନକେତନ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁଧାଂଶୁ ମିଶ୍ର, ପ୍ରଦୀପ ପଧାନ, ସୁଦାମ ସାହୁ, ଶ୍ରୀବତ୍ସ ପଧାନ, ବଳରାମ ସାହୁ, ଦେବାର୍ଚ୍ଚନ ଭୋଇ, ସରୋଜ ପଧାନ ଓ ପୂର୍ବା ଭୋଇ ବାଳକ ବିଭାଗର ଖେଳ ପରିଚାଳନା କରିଥିଲେ। ସେହିପରି ବାଳିକା ବିଭାଗର ଖେଳ ପରିଚାଳନାରେ ସୁପ୍ରଜିତ ସାହୁ, ସୁଦୀପ୍ତ ବାଗ, ଡାକ୍ତର ସାହୁ, ପ୍ରମୋଦ ପଟେଲ, ସୁଶାନ୍ତ ପାଣିଗ୍ରାହୀ, ବିନ୍ଦୁମତୀ ସାହୁ ଓ ଦେବଦତ୍ତା ପାତ୍ର ସହଯୋଗ କରିଥିଲେ | ବ୍ଲକ୍ ସ୍ତରରୁ ଜିଲ୍ଲା ସ୍ତର ପାଇଁ ଖେଳାଳି ଚୟନ କରାଯାଇଥିଲା । ଏଥିରେ ବିଭିନ୍ନ ସ୍କୁଲରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।



