ପରିବାର ଗଣ୍ଡଗୋଳକୁ ନେଇ ଦୋଷୀସାବ୍ୟସ୍ତ ହେଲେ ଅଭିଯୁକ୍ତ
ତାଳଚେର,୦୪/୦୯ ପାରିବାରିକ କଳହକୁ କେନ୍ଦ୍ରକୁ ପନିକିରେ ହାଣିବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଓ ଜୀବନରେ ମାରିଦେବା ଧମକ ମାମଲାରେ ତାଳଚେର ଏସଡ଼ିଜିଏମଙ୍କ ଅଦାଲତ ଦୋଷୀସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତମାନେ ଏନଟିପିସି ଥାନା ବିଜୁଗୁଳୁ ରୋହିତ ସାହୁ ଓ ତାଙ୍କ ପତ୍ନୀ ମଞ୍ଜୁ ସାହୁ ବୋଲି ଜଣାପଡ଼ିଛି । ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତିକରି ମାନ୍ୟବର ଏସଡ଼ଜିଏମ ଧ୍ରୁବି ସଲାଙ୍କି ଅଭିଯୁକ୍ତମାନଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି । ମାମଲାରୁ ପ୍ରକାଶ ଯେ, ୨୧/୦୭/୨୦୨୫ରେ ପାରିବାରିକ ଗଣ୍ଡଗୋଳକୁ ନେଇ ମଞ୍ଜୁ ବେହେରା ଏନଟିପିସି ଥାନାରେ ଏକ ଲିଥିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଏନଟିପିସି ଥାନା ପକ୍ଷରୁ ୧୩୨/୨୦୨୫ରେ ଏକ ମାମଲା ରୁଜୁକରି ଭାରତୀୟ ନିୟା ସଂହିତାର ଧାରା ୧୨୬(୨), ୨୯୬, ୧୧୫(୨), ୩୫୧(୨), ୩(୫) ଅନୁଯାୟୀ ତଦନ୍ତ କରି ଦୋଷୀଙ୍କ ବିରୁଧରେ ଚାର୍ଜସିଟ୍ ଦାଖଲ କରିଥିଲେ । ଏନଟିପିସି ଥାନାର ସବଇସିପେକ୍ଟର ମୂରଲୀଧର ପଣ୍ଡା ମାମଲାର ତଦନ୍ତ ଦାୟୀତ୍ୱ ନେଇଥିବା ବେଳେ ସରକାର ଆସିଷ୍ଟାଣ୍ଡ ପବ୍ଲିକ ପ୍ରୋସିକ୍ୟୁଟର ବିନୟ ନନ୍ଦ, ବିପୁଲ ବଳ, ତନୁଜା ପ୍ରଧାନ ଓ ମାନସ ପରିଡ଼ା ମାମଲା ପରିଚାଳନା କରିଥିଲେ ।

September 4, 2026/
No Comments


