କୋଲିୟରୀ ପୋଲିସ୍ ପକ୍ଷରୁ ଯାନବାହାନ ଯାଂଚ
ତାଳଚେର, ୨୬/୦୮ ଶିଳ୍ପନଗରୀ ତାଳଚେର ଅଂଚଳରେ ଲୋକସଂଖ୍ୟା ବୃଦ୍ଧି ପାଇବା ସହିତ ସେହି ଅନୁପାତରେ ଯାନବାହାନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବେପାର ବଣିଜ ଚାକିରୀ ବାକିରି ଉଦ୍ଦେଶ୍ୟରେ ବାହାର ଜିଲ୍ଳା ଓ ରାଜ୍ୟରୁ ଏଠାରେ ସ୍ଥାୟୀ ହୋଇ ରହିବା ଯୋଗୁଁ ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ପାଉଛି ଓ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହାକୁ ନଜରରେ ରଖି କୋଲିୟରୀ ପୋଲିସ ପକ୍ଷରୁ ଗାଡ଼ିର କାଗଜପତ୍ର ଯାଂଚ, ହେଲମେଟ, ସିଟବେଲ୍ଟକୁ ମଦ୍ୟପୀ ଗାଡ଼ି ଚାଳକ, ଉଚ୍ଚସମ୍ପର୍ଣ୍ଣ ହର୍ଣ୍ଣ, ରୋମିଓ ରାଇଡ଼ରଙ୍କୁ ସାବାଡ଼ କରିବା ଓ ଚୋରି ରାହାନୀ, ଛିନତାଇ ଇତ୍ୟାଦି ଉପରେ ରୋକ ଲଗାଇବାକୁ ବିଭିନ୍ନ ଛକରେ ରହି ଯାଂଚ କରିବା ସହ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ସେହିଭଳି ବିଭିନ୍ନ ନିଶାଦ୍ରବ୍ୟ ଚାଲାଣ ଉପରେ ରୋକ ଲଗାଇବାକୁ ଏବଂ ଆଗକୁ ଆସୁଥିବା ବିଭିନ୍ନ ପୂଜା ଗୁଡ଼ିକରେ ଯେପରି କୌଣସି ପ୍ରକାର ଅଘଟଣ ନଘଟିବା ପାଇଁ ଏସବୁ ମିଶନ ଆରମ୍ଭକରିଛି ବୋଲି କୋଲିୟରୀ ଥାନା ଅଧିକାରୀ ଧିରେନ ଦାସ ପକ୍ଷରୁ ଜଣାପଡ଼ିଛି ।

September 4, 2026/
No Comments


