ଏକଲବ୍ୟ ବିଦ୍ୟାଳୟରେ ପୁରସ୍କାର ବିତରଣ ସଭା,
ମାତୃଭାଷାକୁ ସର୍ବାଗ୍ରେ ରଖିବା ଓ ଲକ୍ଷକୁ ଆଜିଠୁ ସ୍ଥିର କରାଯିବାକୁ ଅତିଥିଙ୍କ ଆହ୍ୱାନ
କୁଚିଣ୍ଡା:୬/୯: ସମ୍ବାଦ ଆମ ଓଡିଶା ପକ୍ଷରୁ ଆୟୋଜିତ ଓଡ଼ିଶା ଭାଷା ଜ୍ଞାନ,ପ୍ରବନ୍ଧ ସହ ଅନ୍ୟାନ୍ୟ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ପୁରସ୍କାର ବିତରଣ ଉତ୍ସବ ଆଜି ଅପରାହ୍ନରେ ସ୍ଥାନୀୟ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଜ୍ୟୋତ୍ସ୍ନା ମାୟୀ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ସମ୍ବାଦ ସାହିତ୍ୟ ଘରର ସଭାପତି,ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଲଇଡା କଲେଜ୍ ର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଶାନ୍ତ କୁମାର ପଟେଲ ମୁଖ୍ୟ ବକ୍ତା,ଏବଂ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ସୌଭାଗ୍ୟ କୁମାର ପଟେଲ,ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା, ଚାଷୀ ନେତା ବନମାଳୀ ନାଏକ ଓ ସାମ୍ବାଦିକ ତନୟ ମହାପାତ୍ର ଯୋଗ ଦେଇଥିଲେ ।ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଗଣଙ୍କୁ ଅତିଥି ଗଣ ପୁରସ୍କାର ବିତରଣ କରିଥିଲେ ।ଏହି ଅବସରରେ ଅତିଥି ଗଣ ତାଙ୍କ ଭାଷଣରେ ଯିଏ ଯେତେ ଭାଷା ଶିଖୁଛ ଶିଖ,କିନ୍ତୁ ମାତୃଭାଷା ଓଡ଼ିଆକୁ ସର୍ବାଗ୍ରେ ରଖ ବୋଲି କହିଥିଲେ । ଅତିଥି ଗଣ ଛାତ୍ର,ଛାତ୍ରୀ ଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ଭାଷଣ ଦେଇ ସମସ୍ତେ ଆଜି ଠାରୁ ନିଜ ଲକ୍ଷ ସ୍ଥିର କରିବାକୁ ଆହ୍ୱାନ ଦେଇଥିଲେ ।ସ୍କୁଲର ଓଡ଼ିଆ ଅଧ୍ୟାପକ ତଥା ସମ୍ବାଦ ସାହିତ୍ୟ ଘର ସଭ୍ୟ ରବୀନ୍ଦ୍ର କୁମାର ଦାସ ପ୍ରାରମ୍ଭିକ ସୂଚନା,ଅତିଥି ପରିଚୟ ଦେବା ସହ ଶେଷରେ ଧନ୍ୟବାଦ୍ ମଧ୍ୟ ଅର୍ପଣ କରିଥିଲେ ।



